ଗୀତ ଗାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ । ତେବେ ରାଜନୀତି ନୁହେଁ ବରଂ ମନୋରଞ୍ଜନକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ଅଶୋକ ଗେହଲୋଟଙ୍କ ପତ୍ନୀ ସୁନିତା ଗେହଲୋଟ ରାଜସ୍ଥାନୀ ଲୋକଗୀତ ‘ୟେ ଶୁଭ ଘଡିୟାଁ’ ଗାଇ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ସୁନିତା ଗେହଲୋଟ ଜନତାଙ୍କ ନିକଟରେ ତାଙ୍କ ଲୋକଗୀତ ପହଞ୍ଚାଇବାକୁ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ‘ସିଙ୍ଗର ସୁନିତା ଗେହଲୋଟ’ ଆରମ୍ଭ କରିଛନ୍ତି । ତେବେ ୨୯ ସେପ୍ଟେମ୍ବର ସନ୍ଧ୍ୟାରେ ସେ ଏଥିରେ ତାଙ୍କର ପ୍ରଥମ ଗୀତ ଅପଲୋଡ କରିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କ ଗୀତକୁ ୟୁଟ୍ୟୁବରେ ପ୍ରାୟ ୩ହଜାର ୭୦୦ ଲୋକ ଦେଖି ସାରିଲେଣି । ଏହି ଗୀତରେ ବନ୍ନା-ବନ୍ନୀର ପ୍ୟାରାସା ଝଲକ ବି ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ଏହି ଗୀତର କମ୍ପୋଜର ଓ ସିଙ୍ଗର ନିଜେ ସୁନିତା ।

ସୁନିତା କାହିଁକି ଗୀତ ଗାଇଛନ୍ତି ତାହା ମଧ୍ୟ ଶେୟାର କରିଛନ୍ତି । ସେ କହିଛନ୍ତି, ମୋ ମାଆ ବିବାହ ଅବସରରେ ମାଧଉର୍ଯ୍ୟ ଓ ଉତ୍ସାହର ସହ ଗୀତ ଗାଉଥିଲେ । ଦର୍ଶକ ବି ଏହାକୁ ଶୁଣଇ ଖଉବ୍ ଖୁସି ହେଉଥିଲେ ।ସେ କହିଛନ୍ତି ରାଜସ୍ଥାନର ସଂସ୍କୃତିକୁ ବଞ୍ଚାଇବାକୁ ସେ ଏମିତି ଗୀତ ଗାଇଛନ୍ତି । ଆଗକୁ ମଧ୍ୟ ସେ ଏହାକୁ ଜାରି ରଖିବେ । ତେବେ ସୁନିତା ଖୁବ୍ ସୁନ୍ଦର ଭାବେ ଗୀତ ଗାଇଥିବା ଦେଖାଯାଇଛି । ଏହାମଧ୍ୟ ଅନୁମାନ କରାଯାଉଛି କି ତାଙ୍କର ସୁରତାଳ ଉପରେ ଭଲ ଜ୍ଞାନ ରହିଛି । ଏହାସହ ସୁନିତା ରାଜସ୍ଥାନ ଲୋକଗୀତକୁ ପୁର୍ନଜୀବିତ କରିଦେଇଛନ୍ତି ।

Share