ଗାୟକ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ

ମୁମ୍ବାଇ: ଗାୟକ ତଥା ବିଗବସ୍‌ର ପୂର୍ବ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ‘ଗର୍‌ବେ କି ରାତ୍‌’ରେ ଦେବତ୍ୱ ଭାବନାକୁ ଆଘାତ କରିଥିବା ନେଇ ତାଙ୍କୁ ଏହି ଧମକ ମିଳିଥିବା ସୂଚନା ମିଳିଛି। ଗୁଜୁରାଟର ହିନ୍ଦୁ ଦେବୀ ଶ୍ରୀ ମୋଗଲ ମା’ଙ୍କୁ ନେଇ ଗୀତରେ କିଛି ତ୍ରୁଟି ରହିଥିଲା।
ଗୀତ ରିଲିଜ ହେବା ପରେ ରାହୁଲଙ୍କ ଫୋନ୍‌କୁ କଲ୍‌ ଓ ମେସେଜ ମାଧ୍ୟମରେ ହତ୍ୟା ଧମକ ମିଳୁଛି। ଫଳରେ ସମାଧାନ ପାଇଁ ଏହି ଟିମ୍‌ କିଛି ଦିନ ମଧ୍ୟରେ ଗୀତଟିକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିବା ମତ ଦେଇଛନ୍ତି। ସେମାନେ କହିଛନ୍ତି, କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ସବୁ ଧର୍ମକୁ ସମ୍ମାନ ଦେଉଛୁ। ଆଗାମୀ ଦିନରେ ଗୀତଟିକୁ ସଂଶୋଧନ କରାଯାଇ ପୁଣିଥରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

Share