ମା’ଙ୍କ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ଏହି ଲୋକପ୍ରିୟ ଗାୟକ, କାରଣ ଜାଣିଲେ…

ବମ୍ବେ: ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଲୋକପ୍ରିୟ ଗାୟକ ପଳାଶ ସେନ। କଥାଟି ଅନେକଙ୍କୁ ଅଜବ ଲାଗିପାରେ। ହେଲେ ସେ ଯେବେ ବି ଷ୍ଟେଜକୁ ଯାଆନ୍ତି ମଙ୍ଗଳସୂତ୍ର ପିନ୍ଧି ଗାଇବାକୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ଏହି କଥା ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି।

ପଳାଶ ତାଙ୍କ ମା’ଙ୍କୁ ବହୁତ ଭଲପାଆନ୍ତି। ହେଲେ ବାପା ଚାଲିଯିବା ପରେ ତାଙ୍କ ମା’ ମଙ୍ଗଳସୂତ୍ର ପିନ୍ଧୁ ନ ଥିଲେ। ଏହା ଗାୟକଙ୍କୁ ପସନ୍ଦ ଆସି ନ ଥିଲା। ସେ ଉକ୍ତ ମଙ୍ଗଳସୂତ୍ରକୁ ଆଶୀର୍ବାଦ ଭାବେ ପିନ୍ଧିବା ଆରମ୍ଭ କରିଥିଲେ। ଏହାକୁ ପିନ୍ଧିବା ବେଳେ ମା’ଙ୍କ ଆଶୀର୍ବାଦ ସର୍ବଦା ଥାଏ ବୋଲି ତାଙ୍କୁ ଲାଗିଥାଏ।

ଦେଶ ବିଭାଜନ ସମୟରେ ପଳାଶଙ୍କ ମା’ ମାତ୍ର ୮ ବର୍ଷର ହୋଇଥିଲେ। ସେ ଲାହୋରରୁ ଜମ୍ମୁ ପର୍ଯ୍ୟନ୍ତ ଭାଇଙ୍କୁ ଧରି ଚାଲି ଚାଲି ଆସିଥିଲେ। ୧୭ ବର୍ଷ ବୟସରେ ସେ ଘର ଛାଡ଼ି ଲକ୍ଷ୍ନୌକୁ ଏମ୍‌ବିବିଏସ୍‌ କରିବାକୁ ଚାଲି ଯାଇଥିଲେ। ବ୍ୟକ୍ତିଗତ ଭାବେ ସେ ଜଣେ ଦୃଢ଼ ମହିଳା ବୋଲି ଗାୟକ କହିଛନ୍ତି।

ତେବେ ପଳାଶ ୧୯୯୮ରେ ଦିଲ୍ଲୀରେ ନିଜର ମ୍ୟୁଜିକ୍‌ ବ୍ୟାଣ୍ଡ ‘ୟୁଫୋରିଆ’ ଆରମ୍ଭ କରିଥିଲେ। ଏହାପରେ ୨୦୦୧ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

Share