ବିବାହ ଉତ୍ସବରେ ଗୀତ ଗାଇବାକୁ ମନା କରୁଥିଲେ କେକେ

ମୁମ୍ବାଇ,୧ ।୬: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା । ଅନେକ ସୁପରହିଟ ଗୀତ ଭେଟିଦେଇଥିବା ଗାୟକ କୃଷ୍ଣ କୁମାର କୁନ୍ନଥଙ୍କ ଆକଷ୍ମିକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମାତ୍ର ୫୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ଏବେ ମ୍ୟୁଜିକ ଇଣ୍ଡଷ୍ଟିରେ ସୃଷ୍ଟି ହୋଇଥିବା ଏହି ଶୂନ୍ୟ ସ୍ଥାନକୁ ହୁଏତ ପୂରଣ କରାଯାଇ ନ ପାରେ ।
ବଲିଉଡରେ ଗୀତ ଗାଇବା ସହ ତାଙ୍କୁ ବିଭିନ୍ନ କନସର୍ଟ ଓ ଇମେଣ୍ଟରେ ଗୀତ ଗାଇବାକୁ ଅଫର ମିଳିଥାଏ । ହେଲେ ସେ ବିବାହ ଉତ୍ସବରେ କେବେବି ଗୀତ ଗାଇବାକୁ ପସନ୍ଦ କରନ୍ତି ନାହିଁ । ଥରେ ଏକ ସାକ୍ଷାତକାରରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କି ସେ ଜଣେ ଗାୟକ ଭାବେ କେବେ କୌଣସ ଅଫରକୁ ରିଜେକ୍ଟ କରିଛନ୍ତି କି । ଏହାର ଉତ୍ତରରେ ସେ କହିଥିଲେ ହଁ ମୁଁ ବିବାହରେ ଗୀତ ଗାଇବାକୁ ମନା କରିଦେଇଥାଏ । ମୋତେ କେହି ୧ କୋଟି ଟଙ୍କା ଅଫର କଲେ ବି ମୁଁ ୱେଡିଂ ଫଙ୍କଶନରେ ଗୀତ ଗାଇବାକୁ ମନା କରି ଦେଇଛି । ଏହାସହ ସେ ଅଭିନୟ କରିବାକୁ ପସନ୍ଦ କରନ୍ତି କି ନା ପଚରା ଯିବାରୁ କୃଷ୍ଣା କହିଥିଲେ ମୁଁ ଯେଉଁଠି ଅଛି ଠିକ୍ ଅଛି । କିଛି ବର୍ଷ ତଳେ ମୋତେ ଅଭିନୟ ପାଇଁ ଅଫର ମିଳିଥିଲା ହେଲେ ମୁଁ ଏହାକୁ ଗ୍ରହଣ କରି ନ ଥିଲି ।

Share