କ୍ରିସ୍‌ ବ୍ରାଉନଙ୍କ ନାମରେ ମହିଳାଙ୍କୁ ନିଶାଦେଇ ବଳାତ୍କାର ଅଭିଯୋଗ

ପୁଣି ବିବାଦରେ ସିଙ୍ଗର ତଥା ପପ୍‌ ଗାୟକ କ୍ରିସ ବ୍ରାଉନ । ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏହାକୁ ନେଇ କ୍ରିସ୍‌ଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପୀଡିତା କହିଛନ୍ତି, କ୍ରିସ ତାଙ୍କୁ ନିଶା ଦେଇ ବଳାତ୍କାର କରିଥିଲେ । ପୀଡିତା ଏ ନେଇ ୨୦ ମିଲିୟନ ଡଲାରର କ୍ଷତିପୂରଣ ଦାବି କରିଛନ୍ତି ।
ମାମଲା ଅନୁସାରେ, କ୍ରିସ ୨୦୨୦ ମସିହା ଡିସେମ୍ବର ୩୦ ତାରିଖରେ ପୀଡିତାଙ୍କୁ ଡାକିଥିଲେ । ତାଙ୍କୁ ମିୟାମି ପହଁଚିବାକୁ କହିଥିଲେ । ଏହାପରେ ସେ ମହିଳାଙ୍କୁ କିଛି ପିଇବାକୁ ଦେଇଥିଲେ । ମହିଳା କିଛି ଜାଣିପାରି ନ ଥିଲେ । ପରେ ତାଙ୍କୁ ଏକ କୋଠରୀକୁ ନେଇ ବଳାତ୍କାର କରିଥିଲେ । ସେ ପୀଡିତା ମାଡ଼ ମାରିଥିବା ତାଙ୍କ ଓକିଲ କହିଛନ୍ତି। ଏହି ଘଟଣା ପରେ କ୍ରିସ କହିଛନ୍ତି, ସେ ଯେବେ ବି କିଛିି ନୂଆ ମ୍ୟୁଜିକ ଲଞ୍ଚ କରିବାକୁ ଚାହିଁଥାନ୍ତି ଏପରି ଅଭିଯୋଗ ଆସିଥାଏ । କିଛି ଜଣ ତାଙ୍କ ଗୋଡ ଟାଣିବାକୁ ଚେଷ୍ଟା କରନ୍ତି ।
ସୂଚନାଯୋଗ୍ୟ, ୨୦୦୯ରେ କ୍ରିସ୍‌ଙ୍କ ବିରୋଧରେ ରିହାନାଙ୍କୁ ମାଡ଼ ଅଭିଯୋଗ ଆସିଥିଲା । ରିହାନା ସେତେବେଳେ କ୍ରିସଙ୍କ ବାନ୍ଧବୀ ଥିଲେ ।

Share