Categories: ଜାତୀୟ

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏବଂ ଅଭିଭାବକଙ୍କ ମତାମତ ଲୋଡ଼ିିଛନ୍ତି। ସ୍କୁଲଗୁଡ଼ିକରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍କୁଲଗୁଡ଼ିକର ପରିସୀମାର ୫୦ ମିଟର ମଧ୍ୟରେ କୌଣସି ଜଙ୍କ୍‌ ଫୁଡ୍‌ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ କୁହାଯାଇଛି। ସ୍କୁଲ ପରିସୀମା ମଧ୍ୟରେ ପିଜା,ବର୍ଗର,କୋଲ୍ଡଡ୍ରିଙ୍କ୍ସ୍‌, ଚିପ୍ସ୍‌, କୁରୁକୁରେ, ସିଙ୍ଗଡ଼ା, ପେଟିସ୍‌, ସାଣ୍ଡ୍‌ଓ୍ବିଚ୍‌, ବ୍ରେଡ୍‌ ପକୋଡ଼ା ଆଦି ଏବେ ଆଉ ମିଳିବନି। ୨୦୧୫ରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ସ୍କୁଲ ପରିସରରେ ଜଙ୍କ୍‌ ଫୁଡ୍‌ ବିକ୍ରି ନ କରାଯିବା ଲାଗି ଏଫ୍‌ଏସ୍‌ଏସ୍‌ଏଆଇକୁ ନିର୍ଦ୍ଦେଶ ଜାରି କରିଥିଲେ। ଏବେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏନେଇ ନିଷ୍ପତ୍ତିି ଗ୍ରହଣ କରାଯାଇଛି।

Share