୨୬ରୁ ସିଙ୍ଗାପୁର ଯାଇପାରିବେ ଭାରତୀୟ

ସିଙ୍ଗାପୁର,୨୪।୧୦: ଅକ୍ଟୋବର ୨୬ରୁ ଭାରତୀୟମାନେ ସିଙ୍ଗାପୁର ଯାଇପାରିବେ। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସିଙ୍ଗାପୁର ବିଦେଶୀଙ୍କ ଭ୍ରମଣ କଟକଣାକୁ କୋହଳ କରିଛି। ଭାରତ ସମେତ ଅନ୍ୟ ୫ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଯାତ୍ରୀଙ୍କୁ ସିଙ୍ଗାପୁର ପ୍ରବେଶ ଅନୁମତି ଦିଆଯିବ। ତେବେ ଉପରୋକ୍ତ ଦେଶର ଯାତ୍ରୀଙ୍କୁ ୧୦ ଦିନ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇଲ ଜାରି କରାଯାଇଛି।

Share