ଦୁନିଆର ସବୁଠୁ ଏକ୍ସପେନସିଭ୍‌ ସହର ମଧ୍ୟରୁ ଆଗରେ ନ୍ୟୁୟର୍କ, ସିଙ୍ଗାପୁର

ନ୍ୟୁୟର୍କ,୨।୧୨: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନ୍ୟୁୟର୍କ ଏବଂ ସିଙ୍ଗାପୁର ପରି ସହରଗୁଡିକୁ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ୱାଲର୍‌ଡ ଓ୍ବାଇଡ କଷ୍ଟ୍‌ ଅଫ ଲିଭିଙ୍ଗ୍‌ ସର୍ଭେ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ଏବଂ ନ୍ୟୁୟର୍କ ମିଳିତ ଭାବେ ଦାମୀ ସହରଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ବିଶ୍ୱର ପ୍ରମୁଖ ସହରରେ ହାରାହାରି ଜୀବନଧାରଣ ୮.୧ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ୟୁକ୍ରେନରେ ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳା ଉପରେ କୋଭିଡର ପ୍ରଭାବ ମଧ୍ୟ ପଡିଛି।
ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବଂ କୋଭିଡ ଯୋଗୁ ଚଳିତ ବର୍ଷ ଦୁନିଆର ସବୁଠୁ ଦାମୀ ସହର ତାଲିକାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଛି। ଗତ ବର୍ଷ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷରେ ଥିବା ତେଲଅବିବ ସହର (ଇସ୍ରାଏଲ ରାଜଧାନୀ) ଏଥର ତୃତୀୟ ସ୍ଥାନରେ ପହଞ୍ଚିଛି। ସେହିପରି ରୁଷିଆର ରାଜଧାନୀ ମସ୍କୋ ଏବଂ ଅଷ୍ଟ୍ରେଲିଆ ସହର ସେଣ୍ଟ ପିଟର୍ସବର୍ଗର ର଼୍ୟାକିଙ୍ଗ୍‌ରେ ସବୁଠୁ ବଡ ପରିବର୍ତ୍ତନ ହୋଇଛି। ଟପ୍‌ ୧୦ ମଧ୍ୟରେ ପ୍ରଥମ ସ୍ଥାନରେ ନ୍ୟୁୟର୍କ ଏବଂ ସିଙ୍ଗାପୁର, ତୃତୀୟରେ ତେଲଅବିବ, ଚତୁର୍ଥରେ ଲସ୍‌ଆଞ୍ଜେଲସ, ଷଷ୍ଠରେ ଜ୍ୟୁରିଖ, ସପ୍ତମରେ ଜେନେଭା, ଅଷ୍ଟମରେ ସେନ୍‌ ଫ୍ରାନ୍ସିକୋ, ନବମରେ ପ୍ୟାରିସ୍‌, ଦଶମରେ ସିଡନୀ ଏବଂ କୋପେନହେଗେନ ସହର ରହିଛି।

Share