ସିନ୍ଦୂର

ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ ସାମଗ୍ରୀ। ଦେବ କର୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏହାର ରହିଛି ବିଶେଷ ଗୁରୁତ୍ୱ…

ସିନ୍ଦୂର ହେଉଛି ହିନ୍ଦୁ ଘରର ଏକ ପାରମ୍ପରିକ ସାମଗ୍ରୀ। ଏହାକୁ ସଧବା ନାରୀ ପ୍ରତିଦିନ ମଥାରେ ଲଗାଏ। ବିଭିନ୍ନ ପୂଜାବିଧି ଓ ଉତ୍ସବଗୁଡ଼ିକରେ ମହିଳା, ପୁରୁଷ ସମସ୍ତେ ମଥାରେ ସିନ୍ଦୂର ଲଗାଇଥାନ୍ତି। ମନ୍ଦିରରେ ଦେବଦେବୀଙ୍କ ମଥାରେ ଲଗାଇବା ଲାଗି ଏହା ସବୁଠୁ ଅଧିକ ବ୍ୟବହାର କରାଯାଇଥାଏ। ତେବେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି…
ରହିଛି ଧାର୍ମିକ ମହତ୍ତ୍ୱ:
– ବିବାହ ବେଳେ ବର କନ୍ୟାଙ୍କ ମଥାରେ ସିନ୍ଦୂର ଲଗାଇବା ପରମ୍ପରା ବହୁ ପୁରାତନ କାଳରୁ ଚଳି ଆସୁଛି। କୁହାଯାଏ ମା’ ସୀତା ନିଜ ଶୃଙ୍ଗାରରେ ପ୍ରତିଦିନ ମଥାରେ ସିନ୍ଦୂର ଲଗାନ୍ତି। ଥରେ ହନୁମାନ ତାଙ୍କୁ ଏହାର କାରଣ ପଚାରିବାରୁ ସେ କହିଲେ, ଏହାଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି। ଆଉ ପ୍ରସନ୍ନ ରହିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିଥାଏ ଏବଂ ଆୟୁଷ ବୃଦ୍ଧି ହୋଇଥାଏ।
– କୁହାଯାଏ ସିନ୍ଦୂର ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଏବଂ ଏହାର ଲାଲ୍‌ ରଙ୍ଗରେ ମା’ ପାର୍ବତୀଙ୍କ ଉର୍ଜା ରହିଥାଏ; ଯାହା କି ନାରୀକୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାଏ।
– ମା’ ଲକ୍ଷ୍ମୀଙ୍କର ମଧ୍ୟ ସିନ୍ଦୂର ଖୁବ୍‌ ପ୍ରିୟ। ତେଣୁ ତାଙ୍କ ପୂଜାରେ ପ୍ରଥମେ ଏହା ବ୍ୟବହାର କରାଯାଏ। ପୌରାଣିକ କଥା ଅନୁଯାୟୀ ମା’ ଲକ୍ଷ୍ମୀ ପୃଥିବୀରେ ୫ଟି ସ୍ଥାନରେ ବାସ କରନ୍ତି; ଯାହା ମଧ୍ୟରୁ ପ୍ରଥମ ସ୍ଥାନ ହେଉଛି ନାରୀର ମଥା, ଯେଉଁଠି ସିନ୍ଦୂର ଶୋଭାପାଏ। ତେଣୁ ଏହାକୁ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ଆସେ, ସୌଭାଗ୍ୟ ପ୍ରାପ୍ତି ହୁଏ। ସେଥିପାଇଁ ମହିଳାଙ୍କୁ ଦେବୀ ବୋଲି କୁହାଯାଇଥାଏ।
ସୁସ୍ଥ ରଖେ ଓ ବୃଦ୍ଧିକରେ ସୌନ୍ଦର୍ଯ୍ୟ: ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସିନ୍ଦୂରରେ ଥିବା ପାରା ଧାତୁ ଶରୀରରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ମନକୁ ପ୍ରସନ୍ନ ରଖିଥାଏ। ତା’ଛଡା ପ୍ରତିଦିନ ମଥାରେ ସିନ୍ଦୂର ଲଗାଇଲେ ଏହା ମୁଣ୍ଡ ବିନ୍ଧା, ଅନିଦ୍ରା ଏବଂ ଅନ୍ୟ କେତେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ଛଡା ଏଥିରେ ଥିବା ଉପାଦାନ ବୟସ ବୃଦ୍ଧିର ଛାପ ବା ଏଜ୍‌ଲାଇନ୍‌ କମ୍‌ କରି ସୁନ୍ଦରତା ବଢ଼ାଇଥାଏ।
ସୁଖମୟ କରେ ଦାମ୍ପତ୍ୟ ଜୀବନ: ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇଲେ ଏହା ସ୍ବାମୀଙ୍କୁ ବିଭିନ୍ନ ସଙ୍କଟରୁ ରକ୍ଷା କରିବା ସହ ଆୟୁଷ ବୃଦ୍ଧି କରିଥାଏ। ଯେଉଁଥିପାଇଁ ବିବାହ ସମୟ ବ୍ୟତୀତ କର୍‌ବାଚୌଥ୍‌, ନବରାତ୍ର, ଦୀପାବଳି ଏବଂ ଅନ୍ୟ କେତେକ ପୂଜା ପର୍ବରେ ସ୍ବାମୀ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ଭରିବାକୁ ଖୁବ୍‌ ଶୁଭ ବୋଲି ବିଚାର କରାଯାଇଥାଏ। ଏହା ଦାମ୍ପତ୍ୟ ଜୀବନକୁ ଶୁଖମୟ କରିଥାଏ ବୋଲି ବିଶ୍ୱାସ ରହିଛି।

ନକଲି ସିନ୍ଦୂର ତ୍ୱଚା ପ୍ରତି ହାନିକାରକ

କେବଳ ଭାରତ ନୁହେଁ, ଆମେରିକା ସମେତ ବହୁ ଦେଶରେ ସିନ୍ଦୂରର ବ୍ୟବହାର ରହିଛି। ହେଲେ ବର୍ତ୍ତମାନ ଭାରତ ଓ ଆମେରିକାରେ ମିଳୁଥିବା ସିନ୍ଦୂର ହାନିକାରକ ହୋଇପାରେ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି। କାରଣ ସେଥିରେ ଅସୁରକ୍ଷିତ ସୀସା ପରିମାଣ ରହୁଥିବା ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି। କେତେକ ନିର୍ମାଣକାରୀ ସଂସ୍ଥା ସିନ୍ଦୂରକୁ ଆଖିଦୃଶିଆ ଲାଲରଙ୍ଗ କରିବା ପାଇଁ ସୀସା ଟେଟ୍ରୋକ୍ସାଇଡ୍‌ ବ୍ୟବହାର କରୁଛନ୍ତି। ଉକ୍ତ ଗବେଷଣାରେ ଗବେଷକମାନେ ୧୧୮ଟି ସିନ୍ଦୂର ନମୁନାକୁ ଆମେରିକା ନ୍ୟୁଜର୍ସିରେ ଥିବା ଦକ୍ଷିଣ ଏସୀୟ ଦୋକାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ବେଳେ ୨୩ଟି ନମୁନା ଆମ ଦେଶର ବମ୍ବେ, ନୂଆଦିଲୀ ଆଦି ସ୍ଥାନରୁ ସଂଗ୍ରହ କରାଯାଇଥିଲା। ହେଲେ ୮୦ ପ୍ରତିଶତ ସିନ୍ଦୂର ନମୁନାରେ କିଛି ନା କିଛି ସୀସା ରହିଥିବା ବେଳେ ଆମେରିକାର ଫୁଡ୍‌ ଓ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ ଦ୍ୱାରା ନିର୍ଦ୍ଧାରିତ ସୀସାଠାରୁ ପ୍ରାୟ ୩ୟ ସ୍ତର ଉପରେ ରହିଥିଲା। ସୀସା ମିଶ୍ରିତ ସିନ୍ଦୂର ହାନିକାରକ। ଏହା ଆହରଣ ବା ପ୍ରଶ୍ୱାସ ଦ୍ୱାରା ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି କୁହନ୍ତି ନ୍ୟୁଜର୍ସି ପିସ୍‌କାଟାଓ୍ବେସ୍ଥିତ ରଟଗର୍ସ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଅଧ୍ୟୟନ ଲେଖକ ଡ. ଡେରିକ୍‌ ସେନ୍‌ଡେଲ୍‌। ତାଙ୍କ ଟିମ୍‌ ଆମେରିକାରେ ୮୩ ପ୍ରତିଶତ ଏବଂ ଭାରତରେ ୭୮ ପ୍ରତିଶତ ସିନ୍ଦୂର ନମୁନାରେ ପ୍ରତି ୧ଗ୍ରାମ ସିନ୍ଦୂରରେ ୧ମିଲିଗ୍ରାମ୍‌ ସୀସା ପାଇଥିଲେ; ଯାହା କି ଆମ ଶରୀର ବିଶେଷ କରି ୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ହାନିକାରକ।

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri