ସିନ୍ଦୂର

ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ ସାମଗ୍ରୀ। ଦେବ କର୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏହାର ରହିଛି ବିଶେଷ ଗୁରୁତ୍ୱ…

ସିନ୍ଦୂର ହେଉଛି ହିନ୍ଦୁ ଘରର ଏକ ପାରମ୍ପରିକ ସାମଗ୍ରୀ। ଏହାକୁ ସଧବା ନାରୀ ପ୍ରତିଦିନ ମଥାରେ ଲଗାଏ। ବିଭିନ୍ନ ପୂଜାବିଧି ଓ ଉତ୍ସବଗୁଡ଼ିକରେ ମହିଳା, ପୁରୁଷ ସମସ୍ତେ ମଥାରେ ସିନ୍ଦୂର ଲଗାଇଥାନ୍ତି। ମନ୍ଦିରରେ ଦେବଦେବୀଙ୍କ ମଥାରେ ଲଗାଇବା ଲାଗି ଏହା ସବୁଠୁ ଅଧିକ ବ୍ୟବହାର କରାଯାଇଥାଏ। ତେବେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି…
ରହିଛି ଧାର୍ମିକ ମହତ୍ତ୍ୱ:
– ବିବାହ ବେଳେ ବର କନ୍ୟାଙ୍କ ମଥାରେ ସିନ୍ଦୂର ଲଗାଇବା ପରମ୍ପରା ବହୁ ପୁରାତନ କାଳରୁ ଚଳି ଆସୁଛି। କୁହାଯାଏ ମା’ ସୀତା ନିଜ ଶୃଙ୍ଗାରରେ ପ୍ରତିଦିନ ମଥାରେ ସିନ୍ଦୂର ଲଗାନ୍ତି। ଥରେ ହନୁମାନ ତାଙ୍କୁ ଏହାର କାରଣ ପଚାରିବାରୁ ସେ କହିଲେ, ଏହାଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି। ଆଉ ପ୍ରସନ୍ନ ରହିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିଥାଏ ଏବଂ ଆୟୁଷ ବୃଦ୍ଧି ହୋଇଥାଏ।
– କୁହାଯାଏ ସିନ୍ଦୂର ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଏବଂ ଏହାର ଲାଲ୍‌ ରଙ୍ଗରେ ମା’ ପାର୍ବତୀଙ୍କ ଉର୍ଜା ରହିଥାଏ; ଯାହା କି ନାରୀକୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାଏ।
– ମା’ ଲକ୍ଷ୍ମୀଙ୍କର ମଧ୍ୟ ସିନ୍ଦୂର ଖୁବ୍‌ ପ୍ରିୟ। ତେଣୁ ତାଙ୍କ ପୂଜାରେ ପ୍ରଥମେ ଏହା ବ୍ୟବହାର କରାଯାଏ। ପୌରାଣିକ କଥା ଅନୁଯାୟୀ ମା’ ଲକ୍ଷ୍ମୀ ପୃଥିବୀରେ ୫ଟି ସ୍ଥାନରେ ବାସ କରନ୍ତି; ଯାହା ମଧ୍ୟରୁ ପ୍ରଥମ ସ୍ଥାନ ହେଉଛି ନାରୀର ମଥା, ଯେଉଁଠି ସିନ୍ଦୂର ଶୋଭାପାଏ। ତେଣୁ ଏହାକୁ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ଆସେ, ସୌଭାଗ୍ୟ ପ୍ରାପ୍ତି ହୁଏ। ସେଥିପାଇଁ ମହିଳାଙ୍କୁ ଦେବୀ ବୋଲି କୁହାଯାଇଥାଏ।
ସୁସ୍ଥ ରଖେ ଓ ବୃଦ୍ଧିକରେ ସୌନ୍ଦର୍ଯ୍ୟ: ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସିନ୍ଦୂରରେ ଥିବା ପାରା ଧାତୁ ଶରୀରରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ମନକୁ ପ୍ରସନ୍ନ ରଖିଥାଏ। ତା’ଛଡା ପ୍ରତିଦିନ ମଥାରେ ସିନ୍ଦୂର ଲଗାଇଲେ ଏହା ମୁଣ୍ଡ ବିନ୍ଧା, ଅନିଦ୍ରା ଏବଂ ଅନ୍ୟ କେତେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ଛଡା ଏଥିରେ ଥିବା ଉପାଦାନ ବୟସ ବୃଦ୍ଧିର ଛାପ ବା ଏଜ୍‌ଲାଇନ୍‌ କମ୍‌ କରି ସୁନ୍ଦରତା ବଢ଼ାଇଥାଏ।
ସୁଖମୟ କରେ ଦାମ୍ପତ୍ୟ ଜୀବନ: ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇଲେ ଏହା ସ୍ବାମୀଙ୍କୁ ବିଭିନ୍ନ ସଙ୍କଟରୁ ରକ୍ଷା କରିବା ସହ ଆୟୁଷ ବୃଦ୍ଧି କରିଥାଏ। ଯେଉଁଥିପାଇଁ ବିବାହ ସମୟ ବ୍ୟତୀତ କର୍‌ବାଚୌଥ୍‌, ନବରାତ୍ର, ଦୀପାବଳି ଏବଂ ଅନ୍ୟ କେତେକ ପୂଜା ପର୍ବରେ ସ୍ବାମୀ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ଭରିବାକୁ ଖୁବ୍‌ ଶୁଭ ବୋଲି ବିଚାର କରାଯାଇଥାଏ। ଏହା ଦାମ୍ପତ୍ୟ ଜୀବନକୁ ଶୁଖମୟ କରିଥାଏ ବୋଲି ବିଶ୍ୱାସ ରହିଛି।

ନକଲି ସିନ୍ଦୂର ତ୍ୱଚା ପ୍ରତି ହାନିକାରକ

କେବଳ ଭାରତ ନୁହେଁ, ଆମେରିକା ସମେତ ବହୁ ଦେଶରେ ସିନ୍ଦୂରର ବ୍ୟବହାର ରହିଛି। ହେଲେ ବର୍ତ୍ତମାନ ଭାରତ ଓ ଆମେରିକାରେ ମିଳୁଥିବା ସିନ୍ଦୂର ହାନିକାରକ ହୋଇପାରେ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି। କାରଣ ସେଥିରେ ଅସୁରକ୍ଷିତ ସୀସା ପରିମାଣ ରହୁଥିବା ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି। କେତେକ ନିର୍ମାଣକାରୀ ସଂସ୍ଥା ସିନ୍ଦୂରକୁ ଆଖିଦୃଶିଆ ଲାଲରଙ୍ଗ କରିବା ପାଇଁ ସୀସା ଟେଟ୍ରୋକ୍ସାଇଡ୍‌ ବ୍ୟବହାର କରୁଛନ୍ତି। ଉକ୍ତ ଗବେଷଣାରେ ଗବେଷକମାନେ ୧୧୮ଟି ସିନ୍ଦୂର ନମୁନାକୁ ଆମେରିକା ନ୍ୟୁଜର୍ସିରେ ଥିବା ଦକ୍ଷିଣ ଏସୀୟ ଦୋକାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ବେଳେ ୨୩ଟି ନମୁନା ଆମ ଦେଶର ବମ୍ବେ, ନୂଆଦିଲୀ ଆଦି ସ୍ଥାନରୁ ସଂଗ୍ରହ କରାଯାଇଥିଲା। ହେଲେ ୮୦ ପ୍ରତିଶତ ସିନ୍ଦୂର ନମୁନାରେ କିଛି ନା କିଛି ସୀସା ରହିଥିବା ବେଳେ ଆମେରିକାର ଫୁଡ୍‌ ଓ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ ଦ୍ୱାରା ନିର୍ଦ୍ଧାରିତ ସୀସାଠାରୁ ପ୍ରାୟ ୩ୟ ସ୍ତର ଉପରେ ରହିଥିଲା। ସୀସା ମିଶ୍ରିତ ସିନ୍ଦୂର ହାନିକାରକ। ଏହା ଆହରଣ ବା ପ୍ରଶ୍ୱାସ ଦ୍ୱାରା ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି କୁହନ୍ତି ନ୍ୟୁଜର୍ସି ପିସ୍‌କାଟାଓ୍ବେସ୍ଥିତ ରଟଗର୍ସ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଅଧ୍ୟୟନ ଲେଖକ ଡ. ଡେରିକ୍‌ ସେନ୍‌ଡେଲ୍‌। ତାଙ୍କ ଟିମ୍‌ ଆମେରିକାରେ ୮୩ ପ୍ରତିଶତ ଏବଂ ଭାରତରେ ୭୮ ପ୍ରତିଶତ ସିନ୍ଦୂର ନମୁନାରେ ପ୍ରତି ୧ଗ୍ରାମ ସିନ୍ଦୂରରେ ୧ମିଲିଗ୍ରାମ୍‌ ସୀସା ପାଇଥିଲେ; ଯାହା କି ଆମ ଶରୀର ବିଶେଷ କରି ୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ହାନିକାରକ।

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri