Categories: Home Leftଖେଳ

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଆନ୍‌ ସିଂ ୟଙ୍ଗ ତାଙ୍କୁ ୨୧-୧୭, ୨୧-୧୪ରେ ହରାଇ ଦେଇଛନ୍ତି।

ଅନ୍ୟପକ୍ଷେ ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପ୍ରମୁଖ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଏସିଆନ ଗେମ୍ସ ଚାମ୍ପିୟନ ତଥା ଚତୁର୍ଥ ସିଡ୍‌ ଏହି ଭାରତୀୟ ଯୋଡ଼ି କ୍ୱାର୍ଟରଫାଇନାଲରେ ମାଲେସିଆର ଖାଇ କିଙ୍ଗ୍‌ କାଙ୍ଗ୍‌ ଓ ଆରୋନ ତାଇଙ୍କୁ ୧୯-୨୧, ୨୧-୧୭, ୨୧-୧୩ରେ ହରାଇ ଦେଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ୧ ଘଣ୍ଟା ୫ ମିନିଟ ଧରି ଚାଲିଥିଲା।

Share