Categories: ଖେଳ

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ସିଜନ ଆରମ୍ଭରେ ସିନ୍ଧୁଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଏହି ବିଦେଶୀ କୋଚ୍‌। ଅନ୍ୟପକ୍ଷରେ ଆସନ୍ତା ଅଲିମ୍ପିକ୍ସ ପର୍ଯ୍ୟନ୍ତ ସିନ୍ଧୁଙ୍କ ସହ ରହିପାରି ନ ଥିବାରୁ ପାର୍କ ଦୁଃଖ ପ୍ରକାଶ କରିଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ନିଷ୍ପତ୍ତିକୁ ସେ ସାଦରେ ଗ୍ରହଣ କରିଛନ୍ତି। ପାର୍କଙ୍କ ତତ୍ତ୍ୱାବଧାନରେ ସିନ୍ଧୁ ଟୋକିଓ ଅଲିମ୍ପିକ ବ୍ରୋଞ୍ଜ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ଜିତିଥିଲେ।

Share