Posted inଜାତୀୟ

ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ବିଧାନ ଭବନରେ ଶିବସେନା ବିଧାନସଭା କାର୍ଯ୍ୟାଳୟକୁ ସିଲ କରିଛି। ମରାଠୀରେ ଏକ ନୋଟିସ ଶିବସେନା ବିଧାନସଭା ପାର୍ଟି କାର୍ଯ୍ୟାଳୟ ବାହାରେ ଲଗାଯାଇଛି।

ଯେଉଁଥିରେ ଲେଖା ଅଛି ଯେ ଶିବସେନା ବିଧାନସଭା ପାର୍ଟି କାର୍ଯ୍ୟାଳୟର ବିଧାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ରହିଛି। ମହାରାଷ୍ଟ୍ରରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ମିଳିତ ସହଯୋଗରେ ଗଠିତ ନୂତନ ସରକାର ରବିବାରଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ବହୁମତ ସାବ୍ୟସ୍ତ କରିବେ।

ରବିବାର ପୂର୍ବାହ୍ନ ୧୧ଟାରୁ ବିଧାନସଭା ପ୍ରକ୍ରିୟା ଆରମ୍ଭ ହୋଇ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ୧୩ ଦିନ ପରେ ରବିବାର ପ୍ରଥମ ଥର ପାଇଁ ସିନ୍ଧେ ଏବଂ ଠାକରେ ଦଳ ମୁହାଁମୁହିଁ ହେବେ। ସିନ୍ଧେଙ୍କ ପାଖରେ ୩୯ ବିଦ୍ରୋହୀଙ୍କ ସମର୍ଥନ ଥିବାବେଳେ ଠାକରେଙ୍କ ପାଖରେ ମାତ୍ର ୧୬ ଜଣ ବିଧାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri