ଡାକ୍ତର ନ ଆସିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନାଉଗାଁ,୧୬ା୪(ସ୍ବ.ପ୍ର.):ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଡାକ୍ତର ଅନୁପସ୍ଥିତ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ରଞ୍ଜିତ ରାୟ, ପ୍ରଭାତ ସ୍ବାଇଁ, ଲୋଚନ ଭୋଇ, ଅଶୋକ ସାମଲ, ଓାର୍ଡ ସଭ୍ୟ, ଧୀରେନ୍ଦ୍ର ସାହୁ, ସନ୍ତୋଷ ପାଢୀ, କାବୁଲି ଲେଙ୍କା, ମହାଦେବ ସାହୁ, ଶଶିକାନ୍ତ ବାରିକ, ପ୍ରଫୁଲ୍ଲ ଦାସ ପ୍ରମୁଖ ପ୍ରତିବାଦ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ ପଞ୍ଚାୟତବାସୀ ନିର୍ଭର କରନ୍ତି। କିନ୍ତୁ ଅଧିକାଂଶ ସମୟରେ ଏଠାରେ ଡାକ୍ତର ରହୁନାହାନ୍ତି।
ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସରକାରୀ ନିୟମାନୁସାରେ ଡାକ୍ତରଖାନାଗୁଡ଼ିକ ସକାଳ ୭ରୁ ୧୧ଟା ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବା କଥା। ମାତ୍ର ଏହି ସମୟରେ ଡାକ୍ତର ଆସୁ ନ ଥିବାରୁ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବରପାଇ ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ମାନସ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଉପସ୍ଥାନ ଖାତା ଯାଞ୍ଚ ସମୟରେ ଅଲଣା ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନିଖିଲ ଦାସ ୩ ଦିନ ହେବ ଅନୁପସ୍ଥିତ ଥିବା ଜଣାପଡ଼ିଛି। ଏନେଇ ତାଙ୍କୁ କାରଣଦର୍ଶାଅ ନୋଟିସ ଦିଆଯାଇଥିବା ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।