ଟିକାକରଣ ପରେ ଆଣ୍ଟିବଡ଼ି ତିଆରି ନ ହେବାରୁ କମ୍ପାନୀ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଟିକା ନେବା ପରେ ବି ତାଙ୍କ ଭିତରେ ଆଣ୍ଟିବଡ଼ି ତିଆରି ହୋଇପାରି ନ ଥିଲା। ଫଳରେ ଉକ୍ତ ବ୍ୟକ୍ତି ଜଣକ ସିରମ ଇନ୍‌ଷ୍ଟିଚ୍ୟୁଟ, ଆଇସିଏମ୍‌ଆର, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ରାଜ୍ୟ ଓ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଜାଲିଆତି ଓ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ଲକ୍ଷ୍ନୌରେ ଏକ ମାମଲା ରୁଜୁ କରିଛନ୍ତି। ଏହା ଏକ ହାଇପ୍ରୋଫାଇଲ୍‌ ମାମଲା ହୋଇଥିବାରୁ ବ୍ୟକ୍ତି ଜଣକ ସିଓ କ୍ୟାଣ୍ଟରେ ମଧ୍ୟ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ରହୁଥିବା ପ୍ରତାପ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଏପ୍ରିଲ ୮ରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ନିର୍ମିତ କୋଭିଶିଲ୍ଡ ଭାକ୍ସିନର ପ୍ରଥମ ଡୋଜ୍‌ ନେଇଥିଲେ। ଏହାର ଦ୍ୱିତୀୟ ଡୋଜ୍‌ର ତାରିଖ ୨୮ ଦିନ ପରେ ଥିଲା। କିନ୍ତୁ ସରକାର ଦ୍ୱିତୀୟ ଡୋଜ୍‌ର ଅନ୍ତର ୧୨ ସପ୍ତାହ ନେଇ ଘୋଷଣା କରିଥିଲେ। ଆଇସିଏମ୍‌ଆର ପକ୍ଷରୁ କୁହାଯାଇଥିଲା ଯେ, କୋଭିଶିଲ୍ଡର ପ୍ରଥମ ଡୋଜ ନେବା ପରେ ଶରୀରରେ ଭଲ ଆଣ୍ଟିବଡ଼ି ତିଆରି ହେଉଛି। ସେଥିପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜର ଅନ୍ତର ୧୨ ସପ୍ତାହ ରହିଲେ ଚଳିବ ବୋଲି ଘୋଷଣା କରାଯାଇଥିଲା। ହେଲେ ପ୍ରଥମ ଡୋଜ ନେବା ପରେ ପ୍ରତାପଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହି ନ ଥିଲା। ଏହାପରେ ପ୍ରତାପ ମେ’ ୨୫ରେ ଏକ ସରକାରୀ ମାନ୍ୟତା ପ୍ରାପ୍ତ ଏକ ଲ୍ୟାବରେ ନିଜର ଆଣ୍ଟିବଡ଼ି ପରୀକ୍ଷା କରାଇଥିଲେ। ମେ’ ୨୭ରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ଅର୍ଥାତ୍‌ ତାଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି ନ ହେବା ସହ ପାଟଲେଟ୍‌ ମଧ୍ୟ ୩ଲକ୍ଷରୁ ୧.୫ ପର୍ଯ୍ୟନ୍ତ ପହଞ୍ଚିଥିଲା। ଯେଉଁଥିରେ ସଂକ୍ରମଣର ଭୟ ଅଧିକ ରହିଥିଲା। ତେଣୁ ପ୍ରତାପ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଓ ସ୍ବାସ୍ଥ୍ୟାଧିକାରୀ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri