Categories: ଜାତୀୟ

ମୋଦି ସରକାରଙ୍କ ଶାସନ କାଳରେ ୨୦୧୪ଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ପଛୁଆ: ଚିଦାମ୍ବରମ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ଏହି ରିପୋର୍ଟକୁ ସୂଚାଇ କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୮ ବର୍ଷ ମଧ୍ୟରେ ୨୦୧୪ ମସିହାରୁ ଆମର ସ୍କୋର ଖରାପ ହୋଇଯାଇଛି।

ସେ ଟୁଇଟରରେ ପଚାରିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା, କ୍ଷୁଧା ଏବଂ ଅସହାୟତା ଭଳି ପ୍ରକୃତ ସମସ୍ୟାର ସମାଧାନ କରିବେ କି? ଦେଶର ୨୨.୪ କୋଟିରୁ ଅଧିକ ଲୋକ କୁପୋଷଣ ଶିକାର ହୋଇଛନ୍ତି। ଏହା କ’ଣ ଦେଶର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି।

Share