Posted inଜାତୀୟ

ମଡେଲ୍‌ଙ୍କ ବେକ କାଟି ଫୋପାଡିଦେଲେ: ବୟଫ୍ରେଣ୍ଡଙ୍କ ଉପରେ ବଢୁଛି ସନ୍ଦେହ

ସୋନେପତ, ୧୭।୬:ହରିୟାଣାର ଉଦୀୟମାନ ମ୍ୟୁଜିକ୍‌ ଭିଡିଓ ଆର୍ଟିଷ୍ଟ ତଥା ମଡେଲ ଶୀତଲ ଓରଫ ସିମ୍ମୀ ଚୌଧୁରୀ (୨୩)ଙ୍କର ମୃତଦେହ ସୋମବାର ସୋନେପତର ଖରଖୋଦା ଥାନା ଅଞ୍ଚଳରେ ଥିବା ଏକ କେନାଲ ନିକଟରୁ ମିଳିଛି। ୨ ଦିନ ତଳେ ଶୀତଲ ଶୁଟିଂ ପାଇଁ ଘରୁ ବାହାରି ନିଖୋଜ ହୋଇଯାଇଥିଲେ। ତାଙ୍କ ବେକରେ ଗଭୀର କଟା ଚିହ୍ନ ରହିଛି, ଯେଉଁଥିରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ କେନାଲରେ ଫୋପଡ଼ା ଯାଇଥିଲା। ପୋଲିସ ମୃତଦେହ ମିଳିଥିବା କେନାଲର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଏବଂ ତାଙ୍କ ମୋବାଇଲର ଲୋକେଶନ ଡେଟାକୁ ବ୍ୟବହାର କରି ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡକୁ ନେଇ ପରିବାର ଲୋକେ ଶୀତଲଙ୍କ ବୟଫ୍ରେଣ୍ଡ ସୁନୀଲଙ୍କୁ ଦୋଷ ଦେଇଛନ୍ତି। ଶୀତଲଙ୍କ ଭଉଣୀ ନେହା କହିଛନ୍ତି, ଶନିବାର ଶୀତଲ ଭିଡିଓ କଲ୍‌ କରି ସୁନୀଲ ତାଙ୍କୁ ଆକ୍ରମଣ କରିବା ସହ ମାରପିଟ କରିଥିଲେ ବୋଲି କହିଥିଲେ। ପରେ ଶୀତଲଙ୍କ ଫୋନ୍‌ କଭରେଜ ବାହାରେ ଥିଲା। ପୋଲିସ ସୁନୀଲଙ୍କୁ ଆହତ ଅବସ୍ଥାରେ ପାଇ ହସ୍ପିଟାଲରେ ଭର୍ତ୍ତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ଆୟୁଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରୋଗୀ ଆଡ୍‌ମିଟ୍‌ ହେବାର ୩ ଦିନ ପୂର୍ବରୁ ହେବ ସବୁ..

.ଭୁବନେଶ୍ୱର,୩୦ା୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ। ରୋଗୀ…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri