ଶିମିଳିପାଳରେ ନିଆଁ ଲଗାଇ ୫ ଗିରଫ

ବାରିପଦା ଅଫିସ/ବାଙ୍ଗିରିପୋଷି,୩୦।୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉତ୍ତର ଶିମିଳିପାଳ ଅଭୟାରଣ୍ୟର ନଅଁଣା ରେଞ୍ଜରେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ୫ଶିକାରୀଙ୍କୁ ବନବିଭାଗ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜାମଦା ଥାନା ଅଁଳାବେଣା ଗ୍ରାମର ରାମା ସିଂ, ବାଙ୍ଗରିପୋଷି ଥାନା ବଡ଼ଗଁା ଅଞ୍ଚଳର ରାମା ସିଂ, ତାପସ ନାଏକ, ଭାଡ଼ା ହେମ୍ବ୍ରମ ଓ ପଣସଡିହା ଗ୍ରାମର ଭୀମା ସିାଂ ସେମାନଙ୍କ ନିକଟରୁ ଧନୁତୀର, କୁରାଢ଼ି ଓ ଦିଆସିଲି ଆଦି ଜବତ ହୋଇଛି। ତେବେ ବାଙ୍ଗିରିପୋଷି ବ୍ଲକ ତାଳବନ୍ଧ ରେଞ୍ଜରେ ଲାଗିଥିବା ନିଆଁ ପ୍ରଶମିତ ହୋଇଥିବା ନେଇ ଶିମିିଳିପାଳ ଉତ୍ତର ଡିଭିଜନର ଡେପୁଟି ଡାଇରେକ୍ଟର ସାଇ କିରଣ କହିଛନ୍ତି। ମହୁଲ ସଂଗ୍ରହ ଓ ଶିକାର ଉଦ୍ଦେଶ୍ୟରେ କିଛି ଲୋକ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ଲଗାଉଥିବା ବନ ବିଭାଗ ଅଧିକାରୀ ଶୈଳେନ୍ଦ୍ର କୁମାର ଦାଶ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଗଲେ ଜଙ୍ଗଲ ନିଆଁ ରୋକିବାରେ ସହାୟକ ହୋଇ ପାରନ୍ତା ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।