ଝାଡ଼ଖଣ୍ଡକୁ ଲମ୍ବିଛି ସିମବକ୍ସ

ଭୁବନେଶ୍ୱର,୨୦ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ଅପରେଟ୍‌ ହେଉଥିବା ସିମ୍‌ବକ୍ସ ନେଟୱର୍କ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଏହାର ଲିଙ୍କ୍‌ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ଓ ମାଷ୍ଟରମାଇଣ୍ଡ୍‌ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ ଝାଡ଼ଖଣ୍ଡର ରାଞ୍ଚତ୍ରେ ମଧ୍ୟ ଆଉ ଏକ ସିମବକ୍ସ୍‌ ନେଟୱର୍କ ଚଳାଇଥିବା କମିଶନରେଟ୍‌ ପୋଲିସ ସୂଚନା ପାଇଛି। ୫ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ରାଜୁଙ୍କୁ ପଚରାଉଚରା ବେଳେ ଏହି ତଥ୍ୟ ମିଳିଥିବା ପୋଲିସ କମିଶନର ସଞ୍ଜୀବ ପଣ୍ଡା  ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଝାଡ଼ଖଣ୍ଡ ଯିବା ପାଇଁ ପ୍ରସ୍ତୁତ ହେଉଛି।
ପୋଲିସ କମିଶନର କହିଛନ୍ତି ଯେ, ଏଜେଣ୍ଟ ରାଜୁ ପୂର୍ବରୁ ବଶିରହାଟ୍‌ ବର୍ଡର ଦେଇ ବସ୍‌ ଯୋଗେ ବାଂଲାଦେଶ ଯାଉଥିଲେ। ରାଜୁ କଲିକତାରୁ ଜିନିଷପତ୍ର ନେଇ ବାଂଲାଦେଶର ବାନାଗାଓଁସହରରେ ବେପାର କରୁଥିଲେ। ଏଥିସହ ସେଠାରୁ ମଧ୍ୟ ସାମଗ୍ରୀ ଆଣି ପଶ୍ଚିମବଙ୍ଗରେ ବ୍ୟବସାୟ କରୁଥିଲେ। ଏହି ସମୟରେ ବାନାଗାଓଁସହରରେ

ଆଶାଦ୍ଦୁରଙ୍କ ସହ ରାଜୁଙ୍କ ଭେଟ ହୋଇଥିଲା। ଏହି ସମ୍ପର୍କ ବଢ଼ିବା ପରେ ସେମାନେ ଭାରତରେ ସିମ୍‌ବକ୍ସ ସେଟଅପ୍‌ କରିବେ ବୋଲି ଯୋଜନା କରିଥିଲେ। ଏଯାଏ ଭୁବନେଶ୍ୱର ଓ କଟକରୁ ମିଶାଇ ୧୨ଟି ସିମ୍‌ ବକ୍ସ ଜବତ ହୋଇଛି। ଏଥିସହ ୪୮୧ ଆକ୍ଟିଭ୍‌ ସିମ୍‌ ଓ ୮୧୦ ଷ୍ଟାଣ୍ଡ୍‌ବାଏ ସିମ୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଦ୍ୱୟ ଝାଡ଼ଖଣ୍ଡ ରାଞ୍ଚତ୍ରେ ସିମ୍‌ବକ୍ସ ରଖିଥିବା ସୂଚନା ମିଳିବା ପରେ ଏହାକୁ ନେଇ ଅଧିକ ଖୋଳତାଡ଼ କରାଯାଉଛି। ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ରାଞ୍ଚତ୍ ଯାଇ ସ୍ଥାନୀୟ ପୋଲିସ ସହାୟତାରେ ସିମ୍‌ବକ୍ସ ଠାବ କରିବ ବୋଲି କମିଶନର କହିଛନ୍ତି। ତେବେ ରାଜୁଙ୍କ ଆର୍ଥିକ କାରବାର ଖୋଳତାଡ଼ ସମୟରେ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଠାବ କରିଛି। ଏଥିସହ ରାଜୁଙ୍କ ଦୁଇଟି ଫୋନ୍‌ ପେ’ ଆକାଉଣ୍ଟ ରହିଛି। ବ୍ୟାଙ୍କ ଆକାଉଣ୍ଟ ଓ ଫୋନ ପେ’ରେ ଟଙ୍କା କାରବାର ତଥ୍ୟ ଜାଣିବା ପାଇଁ ପୋଲିସ ପ୍ରୟାସ କରୁଛି।
ଅନ୍ୟପକ୍ଷରେ ୨୦୨୩ ଅକ୍ଟୋବର ୨୧ରେ ଆଶାଦ୍ଦୁର ଭାରତ ଆସି ଭୁବନେଶ୍ୱରରେ ରାଜୁଙ୍କ ସହ ଷ୍ଟେଶନ ବଜାରସ୍ଥିତ ଲିଙ୍ଗରାଜ ହୋଟେଲରେ ରହିଥିଲେ। ତେଣୁ ଅଭିଯୁକ୍ତଦ୍ୱୟ ହୋଟେଲରେ କେଉଁ ଡକ୍ୟୁମେଣ୍ଟ ଦେଇ ରହିଥିଲେ ଏବଂ କେତେଦିନ ରହିଥିଲେ, ସେନେଇ ପୋଲିସ ଖୋଳତାଡ କରିଛି। ସୋମବାର ଲକ୍ଷ୍ମୀସାଗର ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ, ଏସିପି ମାନସ କୁମାର ଦେଓ ଲିଙ୍ଗରାଜ ହୋଟେଲରେ ପହଞ୍ଚତ୍ ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ। ପୋଲିସ ଟିମ୍‌ ହୋଟେଲର ରେଜିଷ୍ଟର, ସିସିଟିଭି ଫୁଟେଜ୍‌ ଆଦି ତନ୍ନତନ୍ନ ଯାଞ୍ଚ କରିବା ପରେ ଅଭିଯୁକ୍ତଦ୍ୱୟଙ୍କ ରହଣି ବିବରଣୀ ଆଦିର ତଥ୍ୟ ହାସଲ କରିଛି। ଇତିମଧ୍ୟରେ ରାଜୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରୁ ଆଉ ୩ଦିନ ଥିବାବେଳେ ଏହି ସମୟ ମଧ୍ୟରେ ପଚରାଉଚରା କରି ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri