ଝାଡ଼ଖଣ୍ଡକୁ ଲମ୍ବିଛି ସିମବକ୍ସ

ଭୁବନେଶ୍ୱର,୨୦ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ଅପରେଟ୍‌ ହେଉଥିବା ସିମ୍‌ବକ୍ସ ନେଟୱର୍କ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଏହାର ଲିଙ୍କ୍‌ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ଓ ମାଷ୍ଟରମାଇଣ୍ଡ୍‌ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ ଝାଡ଼ଖଣ୍ଡର ରାଞ୍ଚତ୍ରେ ମଧ୍ୟ ଆଉ ଏକ ସିମବକ୍ସ୍‌ ନେଟୱର୍କ ଚଳାଇଥିବା କମିଶନରେଟ୍‌ ପୋଲିସ ସୂଚନା ପାଇଛି। ୫ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ରାଜୁଙ୍କୁ ପଚରାଉଚରା ବେଳେ ଏହି ତଥ୍ୟ ମିଳିଥିବା ପୋଲିସ କମିଶନର ସଞ୍ଜୀବ ପଣ୍ଡା  ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଝାଡ଼ଖଣ୍ଡ ଯିବା ପାଇଁ ପ୍ରସ୍ତୁତ ହେଉଛି।
ପୋଲିସ କମିଶନର କହିଛନ୍ତି ଯେ, ଏଜେଣ୍ଟ ରାଜୁ ପୂର୍ବରୁ ବଶିରହାଟ୍‌ ବର୍ଡର ଦେଇ ବସ୍‌ ଯୋଗେ ବାଂଲାଦେଶ ଯାଉଥିଲେ। ରାଜୁ କଲିକତାରୁ ଜିନିଷପତ୍ର ନେଇ ବାଂଲାଦେଶର ବାନାଗାଓଁସହରରେ ବେପାର କରୁଥିଲେ। ଏଥିସହ ସେଠାରୁ ମଧ୍ୟ ସାମଗ୍ରୀ ଆଣି ପଶ୍ଚିମବଙ୍ଗରେ ବ୍ୟବସାୟ କରୁଥିଲେ। ଏହି ସମୟରେ ବାନାଗାଓଁସହରରେ

ଆଶାଦ୍ଦୁରଙ୍କ ସହ ରାଜୁଙ୍କ ଭେଟ ହୋଇଥିଲା। ଏହି ସମ୍ପର୍କ ବଢ଼ିବା ପରେ ସେମାନେ ଭାରତରେ ସିମ୍‌ବକ୍ସ ସେଟଅପ୍‌ କରିବେ ବୋଲି ଯୋଜନା କରିଥିଲେ। ଏଯାଏ ଭୁବନେଶ୍ୱର ଓ କଟକରୁ ମିଶାଇ ୧୨ଟି ସିମ୍‌ ବକ୍ସ ଜବତ ହୋଇଛି। ଏଥିସହ ୪୮୧ ଆକ୍ଟିଭ୍‌ ସିମ୍‌ ଓ ୮୧୦ ଷ୍ଟାଣ୍ଡ୍‌ବାଏ ସିମ୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଦ୍ୱୟ ଝାଡ଼ଖଣ୍ଡ ରାଞ୍ଚତ୍ରେ ସିମ୍‌ବକ୍ସ ରଖିଥିବା ସୂଚନା ମିଳିବା ପରେ ଏହାକୁ ନେଇ ଅଧିକ ଖୋଳତାଡ଼ କରାଯାଉଛି। ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ରାଞ୍ଚତ୍ ଯାଇ ସ୍ଥାନୀୟ ପୋଲିସ ସହାୟତାରେ ସିମ୍‌ବକ୍ସ ଠାବ କରିବ ବୋଲି କମିଶନର କହିଛନ୍ତି। ତେବେ ରାଜୁଙ୍କ ଆର୍ଥିକ କାରବାର ଖୋଳତାଡ଼ ସମୟରେ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଠାବ କରିଛି। ଏଥିସହ ରାଜୁଙ୍କ ଦୁଇଟି ଫୋନ୍‌ ପେ’ ଆକାଉଣ୍ଟ ରହିଛି। ବ୍ୟାଙ୍କ ଆକାଉଣ୍ଟ ଓ ଫୋନ ପେ’ରେ ଟଙ୍କା କାରବାର ତଥ୍ୟ ଜାଣିବା ପାଇଁ ପୋଲିସ ପ୍ରୟାସ କରୁଛି।
ଅନ୍ୟପକ୍ଷରେ ୨୦୨୩ ଅକ୍ଟୋବର ୨୧ରେ ଆଶାଦ୍ଦୁର ଭାରତ ଆସି ଭୁବନେଶ୍ୱରରେ ରାଜୁଙ୍କ ସହ ଷ୍ଟେଶନ ବଜାରସ୍ଥିତ ଲିଙ୍ଗରାଜ ହୋଟେଲରେ ରହିଥିଲେ। ତେଣୁ ଅଭିଯୁକ୍ତଦ୍ୱୟ ହୋଟେଲରେ କେଉଁ ଡକ୍ୟୁମେଣ୍ଟ ଦେଇ ରହିଥିଲେ ଏବଂ କେତେଦିନ ରହିଥିଲେ, ସେନେଇ ପୋଲିସ ଖୋଳତାଡ କରିଛି। ସୋମବାର ଲକ୍ଷ୍ମୀସାଗର ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ, ଏସିପି ମାନସ କୁମାର ଦେଓ ଲିଙ୍ଗରାଜ ହୋଟେଲରେ ପହଞ୍ଚତ୍ ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ। ପୋଲିସ ଟିମ୍‌ ହୋଟେଲର ରେଜିଷ୍ଟର, ସିସିଟିଭି ଫୁଟେଜ୍‌ ଆଦି ତନ୍ନତନ୍ନ ଯାଞ୍ଚ କରିବା ପରେ ଅଭିଯୁକ୍ତଦ୍ୱୟଙ୍କ ରହଣି ବିବରଣୀ ଆଦିର ତଥ୍ୟ ହାସଲ କରିଛି। ଇତିମଧ୍ୟରେ ରାଜୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରୁ ଆଉ ୩ଦିନ ଥିବାବେଳେ ଏହି ସମୟ ମଧ୍ୟରେ ପଚରାଉଚରା କରି ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri