ବାଇଡେନ୍‌ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ

ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ହାଉସ୍‌ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍‌ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍‌ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ରିପବ୍ଲିକାନ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପାଖାପାଖି ବର୍ଷେ ଧରି ରିପବ୍ଲିକାନ୍‌ ସଦସ୍ୟମାନେ ତଦନ୍ତ ଚଳାଇଥିଲେ ମଧ୍ୟ ରାଷ୍ଟ୍ରପତି କୌଣସି ଆପରାଧିକ ତ୍ରୁଟି କରିଥିବାର ପ୍ରମାଣ ପାଇପାରି ନାହାନ୍ତି। ସୋମବାର ପ୍ରକାଶ ପାଇଥିବା ୩୦୦ ପୃଷ୍ଠାର ରିପୋର୍ଟରେ ତାଙ୍କ ପରିବାର ତାଙ୍କୁ ବ୍ରାଣ୍ଡ୍‌ କରି ଦୁର୍ନୀତି ଉପାୟରେ ବ୍ୟବସାୟ କାରବାର ଚଳାଇଥିଲେ ବୋଲି କୁହାଯାଇଛି। ତେବେ ବାଇଡେନ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ଲଢ଼ୁ ନ ଥିବାରୁ ପରବର୍ତ୍ତୀ ପଦକ୍ଷେପ ଅନିଶ୍ଚିତତା ମଧ୍ୟରେ ରହିଛି। ମହାଭିଯୋଗ ଜରିଆରେ ରାଷ୍ଟ୍ରପତିଙ୍କୁ ସିନେଟ ଦ୍ୱାରା ହଟାଇବା ନିମନ୍ତେ ହାଉସ୍‌ ରିପବ୍ଲିକାନ୍‌ଙ୍କ ଯୋଜନାକୁ ନିଜ ଦଳର ପୂର୍ଣ୍ଣ ସମର୍ଥନ ନ ଥିବା ଜଣାପଡ଼ିଛି। ଅଧିକାଂଶ ରିପବ୍ଲିକାନ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ବିରୋଧରେ କେତେକ ମାମଲାର ତଦନ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri