Categories: ଖେଳ

ଏଣିକି ଅର୍ଜୁନ ତେନ୍ଦୁଲକରଙ୍କ ସ୍ଥାନରେ ମୁମ୍ବାଇ ପାଇଁ ଖେଳିବେ ଏହି ଧୁରନ୍ଧର; ଜାଣନ୍ତୁ କିଏ ସେ …

ଦୁବାଇ,୩୦।୯: ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ କିଛି ପରିବର୍ତ୍ତନ କରିଛି। ପୂର୍ବ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆହତ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ସିମରଜିତ୍‌ ସିଂହଙ୍କୁ ସୁଯୋଗ ମିଳିଛି। ଦିଲ୍ଲୀର ଏହି ୨୩ ବର୍ଷୀୟ ବୋଲର୍‌ ନିଜର ପ୍ରଥମ ଆଇପିଏଲ୍‌ ଖେଳିବେ।

ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇ ଟିମ୍‌ରେ ଅର୍ଜୁନଙ୍କୁ ସାମିଲ କରାଯାଇଥିଲା। ହେଲେ ସେ ଆହତ ହୋଇଥିବାକୁ ନେଇ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡ଼ିକ ପାଇଁ ତାଙ୍କ ସ୍ଥାନରେ ସିମରଜିତଙ୍କୁ ସ୍ଥାନ ଦିଆଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।

ସିମରଜିତ ଦିଲ୍ଲୀର କ୍ରିକେଟର। ସେ ଘରୋଇ କ୍ରିକେଟରେ ଦିଲ୍ଲୀ କ୍ରିକେଟ ଟିମ୍‌ ସହ ଜଡ଼ିତ। ସେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସହ ବୋଲର୍‌ ମଧ୍ୟ। ଭଲ ପ୍ରଦର୍ଶନକୁ ଦେଖି ତାଙ୍କୁ ଚଳିତ ବର୍ଷ ଜୁନ୍‌ରେ ଶ୍ରୀଲଙ୍କା ଗସ୍ତ ବେଳେ ନେଟ୍‌ ବୋଲର୍‌ ଭାବେ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ପରେ ଖେଳାଳି କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କୁ ମୁଖ୍ୟ ଟିମ୍‌ରେ ସାମିଲ କରାଯାଇଥିଲା। ହେଲେ ତାଙ୍କୁ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳି ନ ଥିଲା।

Share