ସମସ୍ୟା ଘେରରେ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିଁରେ ଚାଲିଛି। ଆରୋଗ୍ୟ କେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କୁ ଆବଶ୍ୟକ ଇଞ୍ଜେକ୍ସନ, ସେଲାଇନ ଆଦି ଦେବାପାଇଁ ଜଣେ ଷ୍ଟାଫ ନର୍ସର ଆବଶ୍ୟକ ରହିଛି। ପୂର୍ବରୁ ଏଠାରେ ଷ୍ଟାଫ ନର୍ସ କାର୍ଯ୍ୟ କରୁଥିବା ବେକେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲେ ସୁଦ୍ଧା ସେହି ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନି। ଫଳରେ ରୋଗୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସେବା ପାଇଁ ମାତ୍ର ଗୋଟିଏ ରୋଗୀ ଶଯ୍ୟା ରହିଛି ଫଳରେ ଏକାଧିକ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲେ ଶଯ୍ୟା ଆବଶ୍ୟକ ପଡିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସେହିପରି ପରୀକ୍ଷା କେନ୍ଦ୍ର ଅସ୍ଥାୟୀ କୋଠାରେ କରାଯିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଣେ ଲ୍ୟାବ କର୍ମଚାରୀଙ୍କୁ ମାତ୍ର ସପ୍ତାହରେ ଦୁଇଦିନ ନିଯୁକ୍ତି ଦିଆଯାଉଛି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗର ଚି଼ହ୍ନଟ ପାଇଁ ଲୋକେ ରକ୍ତ ଆଦି ପରୀକ୍ଷା କରାଇବା ପାଇଁ ଦାରିଙ୍ଗବାଡି, ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଯାଇ ପରୀକ୍ଷା କରେଇ ବହୁ ଖର୍ଚ୍ଚାନ୍ତ ଭୋଗୁଛନ୍ତି। ଆଉ ଗରିବଶ୍ରେଣୀର ଲୋକମାନେ ଏହା କରି ନ ପାରି ହଇରାଣ ହେଉଛନ୍ତି। ସେହିପରି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ, ଡାକ୍ତର ଓ ଆସୁଥିବା ରୋଗୀମାନଙ୍କ ପାଇଁ ଶୌଚାଳୟ ନ ଥିବାରୁ ବହୁତ ହଟହଟା ହେବାକୁ ପଡୁଛି ବିଶେଷ କରି ମହିଳା ରୋଗୀ ଓ କର୍ମଚାରୀ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଉକ୍ତ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ୩୩ କେଭି ବିଦ୍ୟୁତ ତାର ଯାଇଥିବାରୁ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ବିଦ୍ୟୁତକୁ ନେଇ ଭୟଭୀତ ହେଉଛନ୍ତି। କାରଣ ବହୁ ପୁରାତନ ବିଦ୍ୟୁତ ଲାଇନ ହୋଇଥିବାରୁ ତାର ଛିଣ୍ଡି ଯିବା ଆଶଙ୍କା କରାଯାଉଛି। ସେହିପରି କେନ୍ଦ୍ର ପରିସରରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ରହିଥିବାରୁ କୌଣସି ନୂତନ କୋଠା କାର୍ଯ୍ୟ କରାଯାଇପାରୁ ନ ଥିବା ଜଣାପଡିଛି। ଏହି ସବୁ ସମସ୍ୟା ସମ୍ପର୍କରେ ସମସ୍ତ ଅଧିକାରୀ, ଜିଲା ପ୍ରଶାସନକୁ ଜଣାଯାଇଛି। ହେଲେ ଏହାର କୌଣସି ସମାଧାନ ହୋଇପାରି ନ ଥିବା ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଅବିନାଶ ମଲିକ କହିଛନ୍ତି। ଷ୍ଟାଫ ନର୍ସ ନିଯୁକ୍ତି ନିହାତି ଜରୁରୀ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ୯୬ ଲକ୍ଷ ଟଙ୍କା ବିନିମୟରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା କରାଯିବ ଟେଣ୍ଡର ସରିଛି। ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରାଯିବ ଏବଂ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଗୃହ ସମେତ ଶୌଚାଳୟର ବ୍ୟବସ୍ଥା ରହିବ। ଏହି ପୁରାତନ ଆରୋଗ୍ୟ କେନ୍ଦ୍ରରେ ଯଦି କିଛି ମରାମତି କରାଯିବାକୁ ଆବଶ୍ୟକ ରହିଛି ତାକୁ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri