ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ୫୫ ବର୍ଷରେ ପାଦ ରଖିଛନ୍ତି ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ ସୀମା ବିଶ୍ୱାସ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସୀମା ନଜର ଆସିଥିଲେ। ଫିଲ୍ମରେ ଜଣେ ସାଧାରଣ ଯୁବତୀଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି, ସେ ପ୍ରତିଶୋଧ ପରାୟଣ ହୋଇ ଡକାୟତ ପାଲଟୁଛନ୍ତି ତାହା ଦେଖାଯାଇଥିଲା। ସୀମା ଫୁଲନ ଦେବୀଙ୍କ ଭୂମିକାରେ ନଜର ଆସିଥିଲେ। ପରଦାରେ ଚରିତ୍ରକୁ ଦେଖାଇବା ସହଜ ନ ଥିଲା। ଅନେକ ଦୃଶ୍ୟର ଶୁଟିଂ ବେଳେ ସେ ଚିନ୍ତାରେ ପଡ଼ିଯାଇଥିଲେ। କାରଣ ସେଗୁଡ଼ିକ ନ୍ୟୁଡ୍‌ ଥିଲା।

‘ବଣ୍ଡିତ୍‌ କୁଇନ୍‌’ ସୀମାଙ୍କ ପ୍ରଥମ ଫିଲ୍ମ ଥିଲା। ୧୯୯୪ରେ ସେ ଅଭିନେତ୍ରୀ ଭାବେ ପାଦ ରଖିଥିଲେ। ହେଲେ ଫିଲ୍ମର ନ୍ୟୁଡ୍‌(ଉଲଗ୍ନ) ଦୃଶ୍ୟକୁ ନେଇ ବିବାଦ ଉପୁଜିଥିଲା। ଏଥିପାଇଁ ସେ ରାତିରାତି କାନ୍ଦୁଥିଲେ। ଦୃଶ୍ୟଗୁଡ଼ିକ ଶୁଟିଂ କରିବା ସମୟରେ ନିର୍ଦ୍ଦେଶକ ଏବଂ କ୍ୟାମେରାମ୍ୟାନ୍‌ଙ୍କ ବ୍ୟତିତ ଅନ୍ୟ କାହାକୁ ଯିବାକୁ ମନା ଥିଲା।
ଶୁଟିଂ ଶେଷ ହେବା ପରେ ସେନ୍‌ସର ବୋର୍ଡ ଏହାକୁ ଗ୍ରହଣ କରି ନ ଥିଲା। ଏହାକୁ ସିନେମାହଲ୍‌ରେ ଦେଖିବାକୁ ଅନୁମତି ମିଳି ନ ଥିଲା। ପରେ କୋର୍ଟରୁ ସ୍ବିକୃତି ମିଳିବା ପରେ ଏହା ରିଲିଜ ହୋଇଥିଲା। ପରେ ଏହାକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ହିନ୍ଦି ବ୍ୟତିତ ମରାଠୀ, ତାମିଲ, ପଞ୍ଜାବୀ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ରିଲିଜ ହୋଇଥିଲା।

Share