Categories: ଖେଳ

ଓଡ଼ିଶା ବାଳିକାଙ୍କୁ ରୌପ୍ୟ

ଭୁବନେଶ୍ୱର, ୨୩।୧୨(ସ୍ପୋଟର୍‌ସ ବ୍ୟୁରୋ):ଜାତୀୟ ସବ୍‌ଜୁନିୟର ମହିଳା ରଗ୍‌ବୀ ଚାମ୍ପିୟନଶିପରେ ଓଡ଼ିଶା ବାଳିକା ଦଳକୁ ମିଳିଛି ରୌପ୍ୟ ପଦକ। ଗୁଜରାଟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଥିଲା। ଫାଇନାଲରେ ଓଡ଼ିଶା ବାଳିକା ଦଳ ବିହାର ନିକଟରୁ ୨୦-୦ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି। ଏହା ପୂର୍ବରୁ ଓଡ଼ିଶା ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗକୁ ଯଥାକ୍ରମେ ୧୦-୦ ଓ ୧୦-୫ରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ଓଡ଼ିଶା ବାଳକ ଦଳ କ୍ୱାର୍ଟର ଫାଇନାଲରେ କେରଳ ନିକଟରୁ ୫-୦ରେ ପରାସ୍ତ ହୋଇଥିଲା। ଦଳର ଏହି ସଫଳତା ପାଇଁ ଓଡ଼ିଶା ରଗ୍‌ବୀ ଫୁଟବଲ ସଂଘ ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍‌ ଟିକଟ ଉପଲବ୍ଧ ନଥିବା ବେଳେ ଶେଷ ମୁହୂର୍ତ୍ତରେ କ୍ରୀଡା ଓ ଯୁବ ସେବା ବ୍ୟାପାର ପକ୍ଷରୁ ବିମାନ ଟିକଟ ବ୍ୟବସ୍ଥା କରାଯାଇଥିଲା।

Share