ରୁପା ଦର ୧,୦୦,୦୦୦ ପାର

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): କ୍ରମାଗତ ଭାବେ ରୁପା ଦର ଘରୋଇ ବଜାରରେ ବଢ଼ି ଚାଲିଛି। ଏପରିକି କିଛିଦିନର ସ୍ଥିରତା ପରେ ପୁଣି ଥରେ ରୁପା ଦର ୧,୦୦,୦୦୦ ଟଙ୍କା ପାର କରିଛି। ଶୁକ୍ରବାର ଭୁବନେଶ୍ୱରରେ ରୁପା କିଲୋଗ୍ରାମ ପିଛା ୧,୦୧,୦୦୦ ଟଙ୍କାରେ କାରବାର ହେଉଥିଲା ବେଳେ ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୭୮,୦୩୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଘରୋଇ ବଜାରରେ ସୁନା ଦର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୧,୬୦୦ଟଙ୍କା ଏବଂ ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୮,୫୮୦ଟଙ୍କାରେ ବିକ୍ରି ହେଉଥିଲାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୩୩,୦୦୦ ଟଙ୍କାରେ ରହିଛି।
ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ କାରଣରୁ ବୈଶ୍ୱିକସ୍ତରରେ ସୁନା ଦର ବୃଦ୍ଧି ପାଉଥିବାବେଳେ ଭାରତୀୟ ବଜାରରେ ସୁନାର ଦର କିଛି ପାରିମାଣରେ ହ୍ରାସ ପାଇଛି। ଏପରିକି ଆମେରିକୀୟ ଡାଲର (ୟୁଏସ୍‌ ଡଲାର)ର ମୂଲ୍ୟ ହ୍ରାସ ଯୋଗୁ ବିଶ୍ୱସ୍ତରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ଶୁକ୍ରବାର ବୈଶ୍ୱିକସ୍ତରରେ ସୁନା ଦର ପ୍ରତି ଆଉନ୍ସ ପିଛା ୦.୭% ବା ୨୬୬୦.୦୩ ଡଲାର ବଢିଥିଲାବେଳେ ଭାରତୀୟ ବଜାରରେ ସୁନା ମୂଲ୍ୟ ପ୍ରାୟ ୨% ହ୍ରାସ ପାଇଛି। ଶୁକ୍ରାବାର ନିଆଦିଲ୍ଲୀରେ ସୁନା ଦର ପ୍ରାୟ ୩୦୦ ଟଙ୍କା ହ୍ରାସ ଘଟି ୭୮,୦୦୦ ଟଙ୍କା ତଳେ ରହିଛି। ଏପରିକି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୭,୫୧୩ ଟଙ୍କାରେ ବିକ୍ରି ହେଉଛି।
ସେହିଭଳି ନୂଆଦିଲ୍ଲୀ ବଜାରରେ ସୁନା ଦର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୧,୦୬୩ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୮,୪୩୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ୩୨, ୫୦୦ ଟଙ୍କାରେ ରହିଛି। ଏପରିକି ରୁପା କିଲୋଗ୍ରାମ ପିଛା ୯୨,୦୦୦ ଟଙ୍କାରେ କାରବାର ହେଉଛି। ସେହିପରି ଚେନ୍ନାଇ,ମୁମ୍ବାଇ ଏବଂ କୋଲକାତା ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୭୭,୩୬୧ ଟଙ୍କା, ୭୭୩୬୭ ଟଙ୍କା ଏବଂ ୭୭ ୩୬୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ମହାନଗରଗୁଡିକରେ ରୁପା କିଲୋଗ୍ରାମ ପିଛା ୧,୦୦,୬୦୦ ଟଙ୍କା, ୯୧,୮୦୦ ଟଙ୍କା ଏବଂ ୯୩,୩୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri