ରୁପା ଦର ୧,୦୦,୦୦୦ ପାର

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): କ୍ରମାଗତ ଭାବେ ରୁପା ଦର ଘରୋଇ ବଜାରରେ ବଢ଼ି ଚାଲିଛି। ଏପରିକି କିଛିଦିନର ସ୍ଥିରତା ପରେ ପୁଣି ଥରେ ରୁପା ଦର ୧,୦୦,୦୦୦ ଟଙ୍କା ପାର କରିଛି। ଶୁକ୍ରବାର ଭୁବନେଶ୍ୱରରେ ରୁପା କିଲୋଗ୍ରାମ ପିଛା ୧,୦୧,୦୦୦ ଟଙ୍କାରେ କାରବାର ହେଉଥିଲା ବେଳେ ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୭୮,୦୩୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଘରୋଇ ବଜାରରେ ସୁନା ଦର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୧,୬୦୦ଟଙ୍କା ଏବଂ ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୮,୫୮୦ଟଙ୍କାରେ ବିକ୍ରି ହେଉଥିଲାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୩୩,୦୦୦ ଟଙ୍କାରେ ରହିଛି।
ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ କାରଣରୁ ବୈଶ୍ୱିକସ୍ତରରେ ସୁନା ଦର ବୃଦ୍ଧି ପାଉଥିବାବେଳେ ଭାରତୀୟ ବଜାରରେ ସୁନାର ଦର କିଛି ପାରିମାଣରେ ହ୍ରାସ ପାଇଛି। ଏପରିକି ଆମେରିକୀୟ ଡାଲର (ୟୁଏସ୍‌ ଡଲାର)ର ମୂଲ୍ୟ ହ୍ରାସ ଯୋଗୁ ବିଶ୍ୱସ୍ତରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ଶୁକ୍ରବାର ବୈଶ୍ୱିକସ୍ତରରେ ସୁନା ଦର ପ୍ରତି ଆଉନ୍ସ ପିଛା ୦.୭% ବା ୨୬୬୦.୦୩ ଡଲାର ବଢିଥିଲାବେଳେ ଭାରତୀୟ ବଜାରରେ ସୁନା ମୂଲ୍ୟ ପ୍ରାୟ ୨% ହ୍ରାସ ପାଇଛି। ଶୁକ୍ରାବାର ନିଆଦିଲ୍ଲୀରେ ସୁନା ଦର ପ୍ରାୟ ୩୦୦ ଟଙ୍କା ହ୍ରାସ ଘଟି ୭୮,୦୦୦ ଟଙ୍କା ତଳେ ରହିଛି। ଏପରିକି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୭,୫୧୩ ଟଙ୍କାରେ ବିକ୍ରି ହେଉଛି।
ସେହିଭଳି ନୂଆଦିଲ୍ଲୀ ବଜାରରେ ସୁନା ଦର ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୭୧,୦୬୩ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୮,୪୩୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ୩୨, ୫୦୦ ଟଙ୍କାରେ ରହିଛି। ଏପରିକି ରୁପା କିଲୋଗ୍ରାମ ପିଛା ୯୨,୦୦୦ ଟଙ୍କାରେ କାରବାର ହେଉଛି। ସେହିପରି ଚେନ୍ନାଇ,ମୁମ୍ବାଇ ଏବଂ କୋଲକାତା ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୭୭,୩୬୧ ଟଙ୍କା, ୭୭୩୬୭ ଟଙ୍କା ଏବଂ ୭୭ ୩୬୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ମହାନଗରଗୁଡିକରେ ରୁପା କିଲୋଗ୍ରାମ ପିଛା ୧,୦୦,୬୦୦ ଟଙ୍କା, ୯୧,୮୦୦ ଟଙ୍କା ଏବଂ ୯୩,୩୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?