Categories: ଫୁରସତ

ଦୀପାବଳିରେ ଲୋକଙ୍କୁ ମାଲାମାଲ୍‌ କରିଦିଏ ଏହି ମନ୍ଦିର, ପୂରାଘଟଣା ଜାଣିଲେ

ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପେ ସୁନା ଅଳଙ୍କାର ମିଳିଥାଏ। ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ସୁନା ଓ ରୂପା ମୁଦ୍ରା ନେଇ ଘରକୁ ଯାଆନ୍ତି। ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ। ଭକ୍ତମାନେ ମା’ଙ୍କ ପାଦରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ଅର୍ପଣ କରିବାକୁ ଏଠାକୁ ଆସିଥାନ୍ତି। ଦୀପାବଳି ଅବସରରେ ଧନ୍‌ତେରାସଠାରୁ ଏହି ମନ୍ଦିରରେ ଦୀପ ଉତ୍ସବ ପାଞ୍ଚ ଦିନ ପର୍ଯ୍ୟନ୍ତ ଆୟୋଜିତ ହୁଏ। ଏହି ଦିନ ମନ୍ଦିରକୁ ଫୁଲରେ ନୁହେଁ ବରଂ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଅଳଙ୍କାରରେ ସଜାଯାଏ। ଏହି ସମୟରେ, ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଅଳଙ୍କାର ଏବଂ ଟଙ୍କା ଦିଆଯାଏ। ଏହି ମନ୍ଦିରରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ଦଶନ୍ଧି ଧରି ଏହି ପରି ହୋଇ ଆସୁଥିବା ବେଳେ ପୂର୍ବରୁ ଏଠାରେ ରାଜାମାନେ ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଟଙ୍କା ଅର୍ପଣ କରୁଥିଲେ। ବର୍ତ୍ତମାନ ଭକ୍ତମାନେ ମଧ୍ୟ ମା’ଙ୍କୁ ଟଙ୍କା ପ୍ରଦାନ କରୁଛନ୍ତି। ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଥାଏ।

Share