Categories: ଖେଳ

ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧୦ା୮ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତୀୟ ଦଳରେ କିସ୍‌ର ୩ ଖେଳାଳି ହୁପି ମାଝି, ତରୁଲତା ନାଏକ ଓ ଦୁମୁନି ମାର୍ଣ୍ଡି ସାମିଲ ହୋଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି। ଭାରତ ଲିଗ୍‌ ମ୍ୟାଚରେ ମଙ୍ଗୋଲିଆକୁ ୩୯-୦, ଗୁଆମକୁ ୨୬-୨୧, ୟୁଏଇକୁ ୨୧-୦ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଇଣ୍ଡୋନେସିଆକୁ ୧୭-୧୨ରେ ହରାଇଥିଲେ ହେଁ ଫାଇନାଲରେ ସିଙ୍ଗାପୁରଠାରୁ ୫-୧୭ରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ରୌପ୍ୟ ବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Share