ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ ଦିନରେ ୧୧,୦୦୦ ଟଙ୍କାର ବଡ଼ ଧରଣର ବୃଦ୍ଧି ଘଟିଥିବା ବେଳେ ସୁନା ଦର ମଧ୍ୟ ହୁ ହୁ ହୋଇ ବଢ଼ିଛି।
ବୁଧବାର ଦିନ ଦିଲ୍ଲୀ ମାର୍କେଟରେ ସୁନା ଓ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି। ରୁପା ଦରରେ ସିଧାସଳଖ ୧୧,୦୦୦ ଟଙ୍କା (ପ୍ରାୟ ୫%)  ବୃଦ୍ଧି ଘଟିଛି। ଏବେ ଏକ କିଲୋଗ୍ରାମ ରୁପାର ମୂଲ୍ୟ ୨,୫୧,୦୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହାର ଦର ୨,୪୦,୦୦୦ ଟଙ୍କା ଥିଲା। ସେହିଭଳି ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୩,୨୦୦ ଟଙ୍କା ବଢ଼ିଛି। ଏବେ ସୁନା ଦର ୧,୫୬,୪୦୦ ଟଙ୍କା (ପ୍ରତି ୧୦ ଗ୍ରାମ) ରେ ପହଞ୍ଚିଛି, ଯାହା ଗତକାଲି ୧,୫୩,୨୦୦ ଟଙ୍କା ଥିଲା।
ଏହି ଅହେତୁକ ଦର ବୃଦ୍ଧି ପଛରେ ଦେଶର କୌଣସି କାରଣ ନାହିଁ, ବରଂ ସାତ ସମୁଦ୍ର ପାରି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣା ରହିଛି। ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ହଟିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡେଡ୍‌ଲାଇନ ପୂର୍ବରୁ ଉଭୟ ଦେଶ ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧବିରତି (Ceasefire) ଉପରେ ସହମତି ପ୍ରକାଶ ପାଇଛି। ଏପରିକି ଇରାନ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବ୍ୟାପାର ମାର୍ଗ ହର୍ମୁଜକୁ ଖୋଲା ରଖିବାକୁ ସଙ୍କେତ ଦେଇଛି, ଯାହାଦ୍ୱାରା ଜାହାଜ ଚଳାଚଳ ସୁରକ୍ଷିତ ରହିବ।
ଏହି ଖବର ଯୋଗୁ ବିଶ୍ୱ ଆର୍ଥିକ ବଜାରରେ ଆଶ୍ୱସ୍ତି ଦେଖାଦେଇଛି। ଡଲାର ଏବଂ ଅଶୋଧିତ ତୈଳ ଦରରେ ନରମା କାରଣରୁ ନିବେଶକମାନେ ପୁଣିଥରେ ସୁନା ଓ ରୁପା ଉପରେ ଭରସା କରି ନିବେଶ ବଢ଼ାଇଛନ୍ତି, ଯାହା ଦରକୁ ଆକାଶଛୁଆଁ କରିଛି।
ବିଦେଶୀ ବଜାରରେ ମଧ୍ୟ ସୁନା-ରୁପାର ଗତି ଅଧିକ ରହିଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ଦର ପ୍ରାୟ ୨.୦୭ ପ୍ରତିଶତ ବଢ଼ି ୪,୮୦୩.୩୩ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିବା ବେଳେ ରୁପା ଦରରେ ୬ ପ୍ରତିଶତର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri