ଓଡ଼ିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର

ଭୁବନେଶ୍ୱର, ୨୫।୨ (ବ୍ୟୁରୋ)”ଦିଲ୍ଲୀରେ ଆୟୋଜିତ ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ‘ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ’ ଭାବେ ରୌପ୍ୟ ପୁରସ୍କାର ମିଳିଛି। ଏହି ବିଭାଗରେ କେରଳ ସ୍ବର୍ଣ୍ଣ ପୁରସ୍କାର ଜିତିଛି। ଏହି ପୁରସ୍କାର ଲଣ୍ଡନରେ ଆୟୋଜିତ ଖ୍ୟାତିସମ୍ପନ୍ନ ବିଶ୍ୱ ଟ୍ରାଭେଲ ମାର୍କେଟର (WTM) ଦାୟିତ୍ୱବୋଧ ପର୍ଯ୍ୟଟନ ପୁରସ୍କାରର ପ୍ରାଦେଶିକ ଅଂଶୀଦାର ଭାବରେ ଭ୍ରମଣର ଚାମ୍ପିୟନ ମାନ୍ୟତା ପାଇଥାଏ। ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଅବଦାନ ବେଶ୍‌ ପ୍ରତିଷ୍ଠିତ ହୋଇଛି। ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରକୃତି ଶିବିରଗୁଡିକର ଆମର ପ୍ରକୃତି ପର୍ଯ୍ୟଟନ ମଡେଲ୍‌ ୨୦୧୬ରୁ ଗ୍ରାମାଞ୍ଚଳର ଲୋକଙ୍କୁ ବିକଳ୍ପ ଏବଂ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି। ସାଇକ୍ଲୋଥନ୍‌ ଓ ମହାମାରୀ ଭଳି ବିଶୃଙ୍ଖଳିତ ଘଟଣାଗୁଡ଼ିକ ବିରୋଧରେ ଅଧିକ ସ୍ଥିରତା ପାଇଁ ଓଡିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ଭିତ୍ତିିଭୂମି ବିକାଶଠାରୁ ଆରମ୍ଭ କରି ନୂତନ ପର୍ଯ୍ୟଟନ ଦ୍ରବ୍ୟର ଦାୟିତ୍ୱପୂର୍ଣ୍ଣ ଡିଜାଇନ୍‌ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଆମେ ଆମର ମନ୍ତ୍ର ସ୍ଥିରତା କରିଛୁ ବୋଲି ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ…

ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ…

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା…

Video: ବୁର୍ଜ ଖଲିଫା ଉପରେ ଆକ୍ରମଣ? ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦୁବଇ ଆତଙ୍କିତ

ଦୁବଇ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁବାଇରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ନିକଟରେ ବିସ୍ଫୋରଣ…

ବ୍ୟାଟ ବଲ ଉପରେ ବୋମା ବାରୁଦର ପ୍ରଭାବ, IPL 2026ରେ ବିଦେଶୀ ଖେଳାଳିଙ୍କ ଆସିବାକୁ ନେଇ ବଢୁଛି ସସପେନ୍ସ…

ନୂଆଦିଲ୍ଲୀ,୧।୩: IPL 2026 ପାଇଁ ପ୍ରସ୍ତୁତି ମଧ୍ୟରେ ପୁଣି ଥରେ କ୍ରିକେଟ ଉପରେ ଭୌଗୋଳିକ ରାଜନୀତି ଛାଇ ଗଲାଣି। T20 ବିଶ୍ୱକପ ଶେଷ ହେବା ସହିତ, ଫ୍ରାଞ୍ଚାଇଜଗୁଡ଼ିକ…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୋବ୍ରା ବାଟାଲିଅନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁତର, ରାଞ୍ଚି ଏୟାରଲିଫ୍ଟ

ବଣାଇଁ,୧ା୩(ପ୍ରଦୀପ ତ୍ରିପାଠୀ): ଓଡିଶା-ଝାଡ଼ଖଣ୍ଡ ସୀମା ସଂଲଗ୍ନ ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲି ଥିବା ବେଳେ ରବିବାର ସକାଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି…

ଖାମେନେଇଙ୍କ ଫଟୋକୁ ସିଗାରେଟ ଜଳାଇ ନିଆଁ ଲଗାଇଥିବା ଯୁବତୀ ଏବେ ଖୁବ ଖୁସି କାହିଁକି? ଭାଇରାଲ ହେଉଛି ଭିଡ଼ିଓ

ତେହରାନ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ମୃତ୍ୟୁ ଘଟିଛି। ଇରାନରେ ଅଶାନ୍ତି ମଧ୍ୟରେ, ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri