ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ। ଆମେରିକାସ୍ଥିତ ସିଲିକନ୍‌ ଗ୍ରୁପ୍‌ ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ସିଲିକନ୍‌ ପାୱାର ଗ୍ରୁପ୍‌ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହା ୧୫୦ ଏମ୍‌ଏମ୍‌ କ୍ଷମତା ବିଶିଷ୍ଟ ହେବ। ୧୮ରୁ ୨୪ ମାସ ମଧ୍ୟରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଖୁବ୍‌ଶୀଘ୍ର ସିଲିକନ୍‌ ପାୱାରର ଏକ ଟିମ୍‌ ଓଡ଼ିଶା ଗସ୍ତରେ ଆସିବ। ଆମେରିକା ଗସ୍ତରେ ଥିବା ରାଜ୍ୟ ସରକାରଙ୍କ ଏକ ଟିମ୍‌ ସିଲିକନ୍‌ ଗ୍ରୁପ୍‌ ସହ ଏ ନେଇ ଆଲୋଚନା କରିଛି। ସିଲିକନ୍‌ ଗ୍ରୁପ୍‌ର ସହବନ୍ଧିତ ଭାରତୀୟ କମ୍ପାନୀ ଆର୍‌ଆଇଆର୍‌ ପାଓ୍ବାର ଇଲେକ୍ଟ୍ରୋନିକ୍ସ ଦ୍ୱାରା ଏହି ପୁଞ୍ଜିନିବେଶ କରିବ। ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଗତ ୪ ଦଶନ୍ଧି ଧରି ଖ୍ୟାତି ଅର୍ଜନ କରିଥିବା ଗ୍ରୁପ୍‌ର ପ୍ରମୋଟର ହର୍ଷଦ ମେହେଟ୍ଟା ଏ ନେଇ ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀକୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ପ୍ରଦାନ କରିଛନ୍ତି।
ହାଇପାଓ୍ବାର ସେମିକଣ୍ଡକ୍ଟର ଡିଭାଇସ ଏବଂ ୟୁଟିଲିଟି ଆପ୍ଲିକେବଲ ସିଷ୍ଟମ୍‌ର ଡିଜାଇନ, ବିକାଶ ଓ ଉତ୍ପାଦନ ଆଦି କ୍ଷେତ୍ରରେ ଏକ ବୃହତ୍‌ ବୈଷୟିକ ଜ୍ଞାନକୌଶଳ ବିକାଶ ସଂସ୍ଥା ଭାବେ ୟୁଏସ୍‌ ସିଲିକନ୍‌ ପାଓ୍ବାର ଖ୍ୟାତି ଅର୍ଜନ କରିଛି। ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ବିକାଶ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ମେହେଟ୍ଟାଙ୍କ ନେତୃତ୍ୱରେ କମ୍ପାନୀର ଏକ ଟିମ୍‌ ଆସନ୍ତା ମାସକ ମଧ୍ୟରେ ଓଡ଼ିଶା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଶିଳ୍ପ ପ୍ରକଳ୍ପ ପାଇଁ ଥିବା ଅନୁକୂଳ ପରିବେଶ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୀତି ଜରିଆରେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ବିଷୟରେ ଓଡ଼ିଶା ଟିମ୍‌ ସିଲିକନ୍‌ ଗ୍ରୁପ୍‌କୁ ଅବଗତ କରାଇଛି। ନିକଟରେ ରାଜ୍ୟ କ୍ୟାବିନେଟରେ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫ୍ୟାବଲେସ୍‌ ପଲିସିକୁ ଅନୁମୋଦନ ଦିଆଯାଇଥିବା ବିଷୟ ମଧ୍ୟ ଟିମ୍‌ ଆଲୋଚନା ବେଳେ ଉଲ୍ଲେଖ କରିଥିଲା। ଆଲୋଚନା ପରେ କମ୍ପାନୀ ପକ୍ଷରୁ ରାଜ୍ୟରେ ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଏଲ୍‌ଓଆଇ ପ୍ରଦାନ କରାଯାଇଛି। ସିଲିକନ୍‌ ପାଓ୍ବାର ମିଡିୟମ ଭୋଲ୍‌ଟେଜ, ସବ୍‌ସାଇକେଲ ସୁଇଚିଂ ଟେକ୍ନୋଲୋଜି ଆଣ୍ଡ ସଲ୍ୟୁଶନ କ୍ଷେତ୍ରର ଏକ ଯୁଗାନ୍ତକାରୀ କମ୍ପାନୀ। ଏହି କମ୍ପାନୀ ଅନୁବନ୍ଧିତ କମ୍ପାନୀ ଆର୍‌ଆଇଆର୍‌ ପାଓ୍ବାର ଇଲେକ୍ଟ୍ରୋନିକ୍ସ ଜରିଆରେ ଭାରତରେ ଏହାର କାରବାର କରୁଛି। ଆର୍‌ଆଇଆର୍‌ ଶିଳ୍ପଭିତ୍ତିକ, ଇଲେକ୍ଟ୍ରିକ ୟୁଟିଲିଟି, ରେଲଓ୍ବେ, ପ୍ରତିରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ରାଜ୍ୟ ସରକାର ରାଜ୍ୟରେ କଟିଂ-ଏଜ୍‌ ମାନୁଫାକ୍ଚରିଂ ଓ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ବିକାଶ ପ୍ରତିବଦ୍ଧତା କ୍ଷେତ୍ରରେ ଅହରହ କାର୍ଯ୍ୟ କରୁଛନ୍ତି। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri