ନୀରବ ଯନ୍ତ୍ରଣା

ଆକାର ପଟେଲ

 

ମନମୋହନ ସିଂ ସରକାର କିଭଳି ଦୁର୍ବଳ ଥିଲା ତାହା ଜଣାଇବା ଲାଗି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲୁ ରହିବ ବୋଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଲୋକ ସଭାରେ ପ୍ରକାଶ କରିଥିଲେ । ସେ ମଧ୍ୟ ବିରୋଧୀଙ୍କୁ ଉପହାସ ଛଳରେ କହିଥିଲେ, ମୋ ରାଜନୈତିକ ବିଚାରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କେବେ ବି ବନ୍ଦ ହେବା ଉଚିତ ନୁହେଁ, କାରଣ ଏହା ବିଫଳତାର ଏକ ଜୀବନ୍ତ ସ୍ମାରକ। କ୍ଷମତାରେ ଅନେକ ବର୍ଷ ରହିବା ପରେ ମାସକୁ କିଛି ଦିନ ଜଣେ ଗରିବ ଲୋକକୁ ଗାଡ଼ ଖୋଳିବାରେ ଲଗାଇଥିଲେ ବୋଲି ମୋଦି ବିରୋଧୀଙ୍କୁ କହିଥିଲେ। ହେଲେ ମୋଦି ସରକାର ଲୋକଙ୍କ ପାଇଁ ଭଲ ଚାକିରି ସୃଷ୍ଟି କରିବା ଲକ୍ଷ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଚାଲୁ ରଖିବା ବଦଳରେ ଏହାକୁ ସ୍ବାଭାବିକ ରୂପେ ଶେଷ କରିଦେବେ। କମ୍‌ ପାଣ୍ଠି ଯୋଗାଣ ଓ କମ୍‌ ଲୋକଙ୍କ ପାଇଁ କାମ ଉପଲବ୍ଧ କରି ଏହା ମଧ୍ୟ କରିବେ। ୧୫ ଦିନରେ ଶ୍ରମିକମାନଙ୍କୁ ପ୍ରାପ୍ୟ ଦେବାର ବ୍ୟବସ୍ଥା ଥିବାବେଳେ ଏଥିତ୍ରେ ବିଳମ୍ବ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନିରୁତ୍ସାହିତ କରିବା ମଧ୍ୟ ଆଉ ଏକ ଦିଗ। ୨୦୧୨ରେ ଦେୟ ଦେବାରେ ବିଳମ୍ବ ୪୨% ଥିଲାବେଳେ ୨୦୧୪ରେ ପହଞ୍ଚିଥିଲା ୭୦%ରେ। ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୬ ମାସ ପରେ ଅର୍ଥାତ୍‌ ଡିସେମ୍ବର ୨୦୧୪ ସୁଦ୍ଧା ୫ ଟି ରାଜ୍ୟକୁ ବାଦ୍‌ ଦେଲେ ଆଉ ସମସ୍ତ ରାଜ୍ୟ କେନ୍ଦ୍ରରୁ କମ୍‌ ପାଣ୍ଠି ପାଇଥିଲେ। ଏହା ୨୦୧୩ ତୁଳନାରେ କମ୍‌ ଥିଲା। ଏବେ ବେରୋଜଗାର ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଯେଉଁ ଯୋଜନାକୁ ବିଫଳ ବୋଲି କହିଥିଲେ ସେଥିରେ ଅଧିକରୁ ଅଧିକ ନିବେଶ କରିଛନ୍ତି। ୨୦୧୪-୧୫ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଥିଲା ୩୨,୦୦୦ କୋଟି ଟଙ୍କା। ସେହିଭଳି ଏହା ୨୦୧୫-୧୬ରେ ୩୭,୦୦୦ କୋଟି,୨୦୧୬-୧୭ରେ ୪୮,୦୦୦ କୋଟି, ୨୦୧୭-୧୮ରେ ୫୫,୦୦୦ କୋଟି, ୨୦୧୯-୧୯ରେ ୬୧,୦୦୦ କୋଟି, ୨୦୧୯-୨୦ରେ ୭୧,୦୦୦ କୋଟି ଏବଂ ୨୦୨୦-୨୧ରେ ୧,୧୧,୦୦୦ କୋଟି ଟଙ୍କା ପାଇଛି। ମନମୋହନ ସିଂଙ୍କ ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସ୍ମାରକ ଆକାର ଯାହା ଥିଲା ଏବେ ତାହା ପାଖାପାଖି ତିନିଗୁଣ ହୋଇଯାଇଛି। ହେଲେ କାମ ପାଉ ନ ଥିବା ଲୋକଙ୍କର ରୋଜଗାର ଚାହିଦା ପୂରଣ କରିବାକୁ ସରକାର ସକ୍ଷମ ହୋଇନାହାନ୍ତି। ଚଳିତ ବର୍ଷ ଚାହିଦା କମ୍‌ ରହିବ ବୋଲି ଅନୁମାନ କରି ୭୩,୦୦୦ କୋଟି ଟଙ୍କା ରଖାଯାଇଛି। କିନ୍ତୁ ବିତ୍ତୀୟ ବର୍ଷର ପ୍ରଥମ ୫ ମାସରେ ଏହାର ୮୦% ଟଙ୍କା ଖର୍ଚ୍ଚ ସରିଲାଣି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବର୍ଷକୁ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି ଦିଏ। ପ୍ରତ୍ୟେକ ପଞ୍ଜୀକୃତ ଲୋକ ଦିନକୁ ୨୦୦ ଟଙ୍କା ପାଇଥାଆନ୍ତି ଓ ତାଙ୍କ ପରିବାର ବର୍ଷକୁ ପାଇଥାଏ ୨୦,୦୦୦ ଟଙ୍କା ।
ଏହି ଯୋଜନାରେ ମୋଟରେ ୧୩ କୋଟି ପରିବାର ପଞ୍ଜୀକୃତ ହୋଇଛନ୍ତି। ମୋଟ ଜନସଂଖ୍ୟାର ଅଧାଙ୍କ ସହ ଯୋଜନା ଯୋଡ଼ି ହୋଇଛି। ୨୦୧୬ରେ ୨୪ ଲକ୍ଷ ଜବ୍‌କାର୍ଡ କମ୍‌ କରାଯାଇଥିତ୍ଲା, କିନ୍ତୁ ବିମୁଦ୍ରୀକରଣ ପର ବର୍ଷ ୧୮ ଲକ୍ଷ ଜବ୍‌କାର୍ଡ ବୃଦ୍ଧି କରାଗଲା। ଏଥିରୁ ବୁଝାପଡ଼େ, ଆର୍ଥିକ ଚାପ ଥିବାବେଳେ ଗରିବମାନେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଫେରୁଛନ୍ତି, ହେଲେ ସବୁ କିଛି ଠିକ୍‌ଠାକ୍‌ ଥିବାବେଳେ ସେମାନେ ଏହାକୁ ଛାଡ଼ି ଅନ୍ୟ ରୋଜଗାର ଖୋଜୁଛନ୍ତି। ଅଶୋକା ୟୁନିଭର୍ସିଟି ଦ୍ୱାରା ଅନୁବନ୍ଧିତ ସେଣ୍ଟର ଫର୍‌ ଇକୋନୋମିକ୍‌ ଡାଟା ଆଣ୍ଡ୍‌ ଆନାଲିସିସ୍‌ (ସିଇଡିଏ)ର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗତବର୍ଷ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଚାହିଦା ୧.୫ କୋଟି ବୃଦ୍ଧି ପାଇଥିଲା। ଅର୍ଥାତ୍‌ ବିମୁଦ୍ରୀକରଣ ପରବର୍ତ୍ତୀ କଠିନ ବର୍ଷ ତୁଳନାରେ ଏହି ଅତିରିକ୍ତ ଚାହିଦା ୮ ଗୁଣ ଅଧିକ। ଦୁର୍ଭାଗ୍ୟବଶତଃ, ଲୋକମାନଙ୍କ ପାଇଁ କାମ ନିଶ୍ଚିତ କରିବାରେ ସରକାର ବିଫଳ ହେଉଛନ୍ତି। ଉତ୍ତରପ୍ରଦେଶରେ, ପଞ୍ଜୀକୃତ ପରିବାର ପିଛା ହାରାହାରି ରୋଜଗାର ବା କାର୍ଯ୍ୟଦିବସ ଥିଲା ୧୮ ଦିନ (୩,୬୦୦ ଟଙ୍କା) ଏବଂ ବିହାରରେ ଏହା ଥିଲା ୧୧ଦିନ (୨,୦୦୦ ଟଙ୍କା)। ଏହି ଟଙ୍କାରେ ପରିବାର ବର୍ଷେ ଚଳିପାରିବ ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଞ୍ଜୀକୃତ ୯୫% ପରିବାର ଗତବର୍ଷ ସମ୍ପୂର୍ଣ୍ଣ ୧୦୦ ଦିନ କାମ ପାଇ ନ ଥିଲେ। ସେଭଳି ଅବସ୍ଥା ଏବେ ଦେଖିବାକୁ ପାଉଛେ। ସିଇଡିଏ ସର୍ଭେ ପ୍ରକାଶ କରିଛି ଯେ, ଯୁବପିଢି କୌଣସିଠାରେ ରୋଜଗାର ନ ପାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରିବାକୁ ଚାହୁଁଛନ୍ତି । ୨୦୧୮ରେ ୧୮-୩୦ ବୟସ ବର୍ଗର ମୋଟ ଯୁବସଂଖ୍ୟାର ୨୦% ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଚାହୁଁଥିଲେ ଏବଂ ଏହା ଏବେ ବୃଦ୍ଧି ପାଇ ୩୭ % ହୋଇଛି। ସରକାରୀ ତଥ୍ୟ କହେ, କାମ କରୁଥିତ୍ବା କିମ୍ବା କାମ ଅନ୍ବେଷଣରେ ଥିତ୍ବା ୧୫ ଓ ଏହାଠାରୁ ଅଧିକ ବୟସର ଭାରତୀୟମାନଙ୍କ ସଂଖ୍ୟା ହେଉଛି ମୋଟ ଶ୍ରମଶକ୍ତିର ୪୦%। ଏହା ଆମେରିକାରେ ୬୦%, ଥାଇଲାଣ୍ଡ ଓ ଇଣ୍ଡୋନେସିଆରେ ପାଖାପାଖି ୭୦% ଏବଂ ଚାଇନାରେ ଏହା ୭୦%ରୁ ଅଧିକ। ଭାରତରେ କାର୍ଯ୍ୟ କରୁଥିତ୍ବା ଲୋକଙ୍କ ହାର ପାକିସ୍ତାନ ଏବଂ ବାଂଲାଦେଶଠାରୁ ମଧ୍ୟ କମ୍‌। ତେବେ ଭାରତୀୟମାନେ କ’ଣ ଅଳସୁଆ? ନା, ଏଠି ଚାକିରି ବା ରୋଜଗାର ହିଁ ନାହିଁ। ସେଣ୍ଟର ଫର୍‌ ମନିଟରିଂ ଦି ଇଣ୍ଡିଆନ୍‌ ଇକୋନୋମି ସୂତ୍ରରୁ ଜଣାପଡ଼ିଛି ଯେ, ଭାରତରେ ୨୦୧୬ରେ କାର୍ଯ୍ୟଯୋଗ୍ୟ ବୟସର ମୋଟ ଲୋକଙ୍କ ମଧ୍ୟରୁ ୪୨% ନିଯୁକ୍ତି ପାଇଥିଲେ। ଏହା ହ୍ରାସ ପାଇ ୨୦୧୭ରେ ୪୧%, ୨୦୧୮-୧୯ରେ ୪୦%, ୨୦୧୯ରେ ୩୯% ଓ ଏବେ ରହିଛି ୩୬%। ପାଞ୍ଚ ବର୍ଷ ପୂର୍ବେ ଭାରତରେ ଯେତିକି ଲୋକ କାମ କରୁଥିଲେ ତା’ଠାରୁ କମ୍‌ ଏବେ କାମ କରୁଛନ୍ତି; ଯଦିଓ ଏହି ସମୟ ମଧ୍ୟରେ ଭାରତର ଜନସଂଖ୍ୟା ୭ କୋଟି ବୃଦ୍ଧିପାଇଛି। ଆମେ ଦେଖୁଛୁ ସମସ୍ୟା ବଢ଼ିବାରେ ଲାଗିଛି । ଅନ୍ୟ ବିଷୟ ଉପରେ ଧ୍ୟାନ ଦିଆଯାଉଥିବାରୁ ଏହାର ପ୍ରଭାବ ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଉନାହିଁ। ଏଠାରେ ଜନସଂଖ୍ୟାର ସିଂହଭାଗ ନୀରବରେ ଯନ୍ତ୍ରଣା ସହୁଛନ୍ତି ଓ କମ୍‌ ଲୋକ ଭଲରେ ରହୁଛନ୍ତି। ଏଠାରେ ଅତ୍ୟଧିକ ଅସମାନତା ମଧ୍ୟ ଦେଖାଦେଇଛି। ଏଭଳି ସ୍ଥିତିରେ ସଂଖ୍ୟାଧିକ ଲୋକ କ’ଣ ଏମିତି ନୀରବରେ ଯନ୍ତ୍ରଣା ସହି ରହିବେ। ଯଦି ନା, ତେବେ ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆମକୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri