Posted inଖେଳ

ଗାଙ୍ଗୁଲି, କୋହଲି, ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିପାରନ୍ତି ଧାଓ୍ବନ

କଲମ୍ବୋ,୨୨।୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ସିରିଜର ପ୍ରଥମ ୨ ମ୍ୟାଚ ଜିତିବା ସହିତ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ବରିଷ୍ଠ ଖେଳାଳିମାନେ ଇଂଲଣ୍ଡରେ ଥିବାରୁ ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ସିରିଜର ଅନ୍ତିମ ମ୍ୟାଚ ୨୩ ଜୁଲାଇରେ ଖେଳାଯିବ। ଏହା ପରେ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଅନୁଷ୍ଠିତ ହେବ।
ଯଦି ଶିଖର ଧାୱନ ତୃତୀୟ ମ୍ୟାଚ ଜିତନ୍ତି, ତେବେ ଅଧିନାୟକ ଭାବରେ ସେ ପ୍ରଥମ ଦିନିକିଆ ସିରିଜରେ କ୍ଲିନ୍‌ ସୁଇପ୍‌ କରିବାର ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିବେ।ଏମଏସ ଧୋନୀ, ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି ଦିନିକିଆ ଅଧିନାୟକ ଭାବରେ ଏହା କରିପାରି ନାହାଁନ୍ତି। ଧୋନୀ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ। ସେ ଅଧିନାୟକତ୍ୱର ପ୍ରଥମ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୪ରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପ୍ରଥମ ତିନୋଟି ମ୍ୟାଚରୁ ସେ ଗୋଟିଏ ବି ମ୍ୟାଚ ଜିତିପାରି ନ ଥିଲେ। ସେହିପରି ବିରାଟ କୋହଲି ଜୁନ ୨୦୧୩ ରେ ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଦିନିକିଆ ଖେଳିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୧୬୧ ରନ ବ୍ୟବଧାନରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ତେବେ ଏହା ପରେ କୋହଲି ପରବର୍ତ୍ତୀ ୮ଟି ମ୍ୟାଚ ଜିତିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ, ସୌରଭ ଗାଙ୍ଗୁଲି ମଧ୍ୟ ଅଧିନାୟକ ଭାବରେ ପ୍ରଥମ ମ୍ୟାଚ ଜିତିପାରି ନ ଥିଲେ।
ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶିଖର ଧାୱନ କେବଳ ଅଧିନାୟକ ଭାବେ ଶୀର୍ଷରେ ରହିନାହାଁନ୍ତି, ବରଂ ସେ ଏପର୍ଯ୍ୟନ୍ତ ସର୍ବାଧିକ ରନ ସ୍କୋର କରିଛନ୍ତି। ଧାୱନ ଅର୍ଦ୍ଧଶତକ ସହ ୨ଟି ମ୍ୟାଚରେ ୧୧୫ ରନ ସଂଗ୍ରହ କରିଥିଲେ। ତାଙ୍କ ହାରାହାରି ହେଉଛି ୧୧୫। ସେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri