Posted inଜାତୀୟ

ଜମ୍ମୁ-କଶ୍ମୀରରେ ଶିଖ୍‌-କ୍ଷତ୍ରୀୟ-ମହାଜନ କିଣିପାରିବେ ଚାଷ ଜମି, ସୂଚନା ଦେଲେ ଉପରାଜ୍ୟପାଳ…

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଚାଷ ଜମି କିଣବା ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ନୂଆ ସୂଚନା ଦେଇଛନ୍ତି। ଏବେ ଏଠାରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିଛି। ଅନୁଷ୍ଠିତ ହୋଇଥିବା ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ଏଣିକି ଜମ୍ମୁ-କଶ୍ମୀରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନ ଚାଷ ଜମି କିଣାବିକା କରିପାରିବେ। ତେବେ ଏକ୍ଷେତ୍ରରେ ଜିଲାପାଳଙ୍କ ମଞ୍ଜୁରୀ ନେବାକୁ ପଡ଼ିବ।

ଏନେଇ ଦୀର୍ଘଦିନ ଧରି ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହାଦ୍ୱାରା କୃଷି କ୍ଷେତ୍ରରେ ନିବେଶ କରାଯିବା ସହିତ ଅନ୍ୟ ସହଯୋଗୀ ବ୍ୟବସାୟିକ କାର୍ଯ୍ୟରେ ବିକାଶ ଘଟିବାର ଆଶା ରହିଛି। ସେହିପରି ରାଜ୍ୟର ଆର୍ଥିକ ବିକାଶ ମଧ୍ୟ ତ୍ୱରାନ୍ବିତ ହୋଇ ପାରିବ।

ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା ସହିତ ଜମ୍ମୁ-କଶ୍ମୀରରେ ଜମି କିଣିବା ପାଇଁ ନୂଆ ଆଇନ ପ୍ରଣୟନ କରାଯାଇଥିଲା। ଚାଷୀଙ୍କ ହାତରେ ଚାଷ ଜମି ରଖିବା ଲାଗି ୨୦୨୦ ଅକ୍ଟୋବର ୨୬ରେ ପ୍ରଣୟନ ହୋଇଥିବା ଆଇନରେ କୁହାଯାଇଥିଲା ଯେ, କେବଳ କୃଷକ ହିଁ ଚାଷ ଜମି କିଣି ପାରିବେ। ରାଜସ୍ବ ବିଭାଗ ଅଧିକାରୀ ଏହା ନିଶ୍ଚିତ କରିଥିଲେ ଯେ, ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନ ଜମି କିଣି ପାରିବେ ନାହିଁ। କାରଣ ସେମାନଙ୍କର ପୂର୍ବଜ ଚାଷ କରୁ ନ ଥିଲେ।

ମାତ୍ର ଏବେ ନୂଆ ଆଇନ ଅନୁସାରେ ଶିଖ୍‌, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri