ଆମେରିକାରେ ଶିଖ-ଇହୁଦୀ ଘୃଣା ଅପରାଧରେ ସର୍ବାଧିକ ପୀଡିତ: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୨୩।୨ : ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ । ୨୦୨୧ ମସିହାରେ ଧର୍ମ ସହ ଜଡିତ ୧,୦୦୫ ଘୃଣା ଅପରାଧ ରିପୋର୍ଟ ହୋଇଥିବା ଏଫବିଆଇ କହିଛି।

ଧର୍ମ ଭିତ୍ତିକ ଅପରାଧର ସବୁଠାରୁ ବଡ ବର୍ଗ ହେଉଛନ୍ତି ଇହୁଦୀ। ସେମାନଙ୍କ ବିରୋଧ ୩୧.୯ ପ୍ରତିଶତ ଅପରାଧ ଘଟିଛି। ସେହିପରି ଶିଖ ବିରୋଧୀ ଘଟଣା ୨୧.୩ ପ୍ରତିଶତ ରହିଛି। ଧର୍ମ ଭିତ୍ତିକ ଘୃଣା ଅପରାଧ ମଧ୍ୟରୁ ୯.୫ ପ୍ରତିଶତ ମୁସଲମାନମାନଙ୍କ ବିରୁଦ୍ଧରେ ଥିଲା। କ୍ୟାଥୋଲିକ ବିରୋଧୀ ଘଟଣା ୬.୧ ପ୍ରତିଶତ ଏବଂ ରୁଷିଆ, ଗ୍ରୀକ ତଥା ଅନ୍ୟାନ୍ୟଙ୍କ ବିରୋଧରେ ୬.୫ ପ୍ରତିଶତ ଅପରାଧ ଘଟିଥିଲା।

ମୋଟାମୋଟି ଭାବେ, ଆଇନ ଶୃଙ୍ଖଳା ସଂସ୍ଥା ସମୁଦାୟ ୭,୨୬୨ ଘଟଣା ଏବଂ ୯,୦୨୪ ପୀଡ଼ିତଙ୍କର ରିପୋର୍ଟ କରିଥିଲେ। ଏଫବିଆଇ କହିଛି ଯେ ଘୃଣା ଅପରାଧ ସମଗ୍ର ଦେଶରେ ସମ୍ପ୍ରଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୨୧ ବର୍ଷରେ ଏଫବିଆଇ ପରିସଂଖ୍ୟାନ ଅନୁଯାୟୀ, ୬୪.୮ ପ୍ରତିଶତ ପୀଡିତଙ୍କୁ ଟାର୍ଗେଟ କରାଯାଇଥିଲା କାରଣ ଅପରାଧୀମାନେ ଜାତି, ବର୍ଣ୍ଣ ଏବଂ ଜାତି ପ୍ରତି ପକ୍ଷପାତ କରିଥିଲେ।

Share