୮ଟି ପ୍ରକଳ୍ପ ଉପରେ ସିଙ୍ଗାପୁର ସହ MOU ସ୍ବାକ୍ଷର: ଭବିଷ୍ୟତରେ ଓଡ଼ିଶାକୁ ନିବେଶ ଆସିବ

ଭୁବନେଶ୍ୱର, ୧୭।୧: ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ୍ ଶତ୍ରୁଗରତ୍ନମ୍ ଭୁବନେଶ୍ବରର ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସିଙ୍ଗାପୁର ଏବଂ ଓଡିଶା ରାଜ୍ୟ ମଧ୍ୟରେ ବଢୁଥିବା ଭାଗିଦାରୀରେ ଏକ ଗୁରୁତ୍ବପୂର୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଥିଲେ । ତାଙ୍କ ସହିତ ମାନ୍ୟତା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଶୁଭ ଅବସରରେ ଯୋଗ ଦେଇ ମହାମହିମ ଙ୍କୁ ସମ୍ବର୍ଧନା ଜଣାଇ ଥିଲେ ।

ସମ୍ପର୍କ ଗଭୀର ହେବା ପାଇଁ ମୁଖ୍ୟମନ୍ତ୍ରୀ ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ ସିଙ୍ଗାପୁର ଏବଂ ଓଡିଶା ମଧ୍ୟରେ ସହଯୋଗ ପାଇଁ ଅପାର ସମ୍ଭାବନ ରହିଛି। ଦକ୍ଷତା ବିକାଶ, ଶିଳ୍ପ ପାର୍କ, ମାଷ୍ଟର ପ୍ଲାନିଂ, ବନ୍ଦର ଏବଂ ପାରାଦୀପ, ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର, ସୂଚନା ପ୍ରଯୁକ୍ତିବିଦ୍ୟା, ତଥ୍ୟ କେନ୍ଦ୍ର, ସଂସ୍କୃତି ଏବଂ ସଂଯୋଗୀକରଣ ଭଳି ମୁଖ୍ୟ ବିଷୟବସ୍ତୁକୁ ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥାପନ କରିଥିଲେ । ଏହି ଗୁରୁତ୍ବପୂର୍ଷ କ୍ଷେତ୍ରଗୁଡିକରେ ସିଙ୍ଗାପୁର ସହ ସହଯୋଗ ପାଇଁ ଓଡିଶାର ପଦକ୍ଷେପ ଏବଂ ସୁଯୋଗକୁ ଉପସ୍ଥାପନ କରାଯାଇଥିଲା।

ଏହି ଗସ୍ତ ସମୟରେ ଶ୍ରୀ ଥର୍ମନ୍ ବିଶ୍ବ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ୍ ଟ୍ରାନ୍ସପୋର୍ଟ ଲ୍ୟାବ ଏବଂ ଟ୍ରାଭେଲେଟର ଲ୍ୟାବ ପରିଦର୍ଶନ କରିଥିଲେ ଏବଂ ବୈଷୟିକ ଶିକ୍ଷା ଏବଂ ନବସୂଜନ ପାଇଁ ଓଡିଶାର ପ୍ରତିବଦ୍ଧତାକୁ ଦର୍ଶାଇ ଛାତ୍ର ଓ ପ୍ରଶିକ୍ଷକଙ୍କ ସହ କଥାବାର୍ତା କରିଥିଲେ।

ଏହି ସମୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହ‌ଯୋଗକୁ ମଜବୁତ କରିବା ପାଇଁ ଓଡିଶା ସରକାର ଏବଂ ବିଭିନ୍ନ ସିଙ୍ଗାପୁରର ସଂସ୍ଥାଗୁଡ଼ିକ ମଧ୍ୟରେ ନିମ୍ନଲିତ ଚୁକ୍ତିନାମା ର ବିନିମୟ ହୋଇଥିଲା

1. ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସମ୍ପର୍କରେ ଗବେଷଣା: ଶକ୍ତି ବିଭାଗ, ଓଡ଼ିଶା ସରକାର ଓ ଆଇଆଇଟି ଭୁବନେଶ୍ଵର ଏବଂ ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ୍ ୟୁନିଭରସିଟି, ସିଙ୍ଗାପୁର

2. ଇଣଷ୍ଟ୍ରିଆଲ୍ ପାଇଁ: ଇଡକୋ ଏବଂ ସେମ୍ବକର୍ପ, ସିଙ୍ଗାପୁର

3. ନୂତନ ସହରର ବିକାଶ: ଚିକିଏ ଏବଂ ସୁରଚନ କୁରୋଙ୍ଗ, ସିଙ୍ଗାପୁର

4. ଗ୍ରୀନ ହାଇଡ୍ରୋଜେନ୍‌ ଜରିଚର୍ ଇପିକଲ ଏବଂ ସେମ୍ୱକର୍ପ, ସିଙ୍ଗାପୁର

5. ପେଟ୍ରୋଲିୟମ୍, ଜେମିଜାଲ୍ସ ଏବଂ ପେଟ୍ରୋ କେମିକାଲ୍ ନିବେଶ କ୍ଷେତ୍ର (ପିସିପିଆଇଆର): ଇଡକୋ ଏବଂ ସୁରବନ କୁରୋଙ୍ଗ,

6. ସିଙ୍ଗାପୁର ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପ୍ରବନ୍ଧନର ସୁଦୃଢ଼ୀକାରଣ: ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡ଼ିଶା ସରକାର ଏବଂ ଡିଏଫ୍ ଟିଏନ୍. ସିଙ୍ଗାପୁର

7. ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରର ବ୍ୟାପକତା ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଆଇଟିର ଏଜୁକେଶନ ସର୍ଭିସେସ୍, ସିଙ୍ଗାପୁର

8. ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ: ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଆଇଟିର ଏଜୁକେଶନ ସର୍ଭିସେସ୍ଟ ସିଙ୍ଗାପୁର

ଦକ୍ଷତା ବିକାଶ ତଥା ନବସୃଜନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଉଦ୍ୟମକୁ ଶ୍ରୀ ଅର୍ମନ୍ ପ୍ରଶଂସା କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ସିଙ୍ଗାପୁର ମଧ୍ୟରେ ଚାଲିଥିବା ସହଭାଗୀତାର ପ୍ରତୀକ ଭାବରେ ତାଙ୍କ ମାନ୍ୟଗଣ୍ୟଙ୍କୁ ଏକ ଉତ୍ତରୀୟ ଏବଂ ସ୍ମାରକୀ ପ୍ରଦାନ କରିଥିଲେ । ନିର୍ଦେଶିକା ଦକ୍ଷତା ବିକାଶ ଏବଂ ନିୟୋଜନ ତଥା ସିଇଓ ବିଶ୍ଵ ଦକ୍ଷତା କେନ୍ଦ୍ର ଶ୍ରୀମତୀ ରଶ୍ମୀତା ପଣ୍ଡାଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପ୍ରଦାନ କରାଯାଇଥିବା ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା, ଯାହା ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri