ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦ ଷ୍ଟାର୍ଟଅପ୍‌ ୟୁନିଟ୍‌ ସର୍ବଭାରତୀୟସ୍ତରରେ ଥିଲାବେଳେ ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୩୦୦ଗୁଣ ବଢିଛି ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏପରିକି ସେ କହିଛନ୍ତି ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସଂଖ୍ୟାର ଆଶାତୀତ ଭାବେ ବୃଦ୍ଧି ଘଟିଥିଲା। ବିଶେଷକରି ଗତ ଦଶ ବର୍ଷ ମଧ୍ୟରେ ଘରୋଇ ବଜାରର ଷ୍ଟାର୍ଟଅପ୍‌ ସଂଖ୍ୟା ପ୍ରାୟ ୩୦୦ଗୁଣ ବୃଦ୍ଧି ପାଇଛି। ଏପରିକିି ବିଶ୍ୱସ୍ତରରେ ଭାରତର ସ୍ଥାନ ୩ୟ ଏବଂ ଘରୋଇ ବଜାରରେ ବୃହତ୍ତମ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ରହିଛି। ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ୟୁନିକର୍ଣ୍ଣର ଘର ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ସେହିଭଳିି ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦେଶର ଯୁବକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ କଷ୍ଟଦାୟକ ତଥା ସଚେତନ ଉଦ୍ୟମ କରିଛନ୍ତି ଯେ, ନିଯୁକ୍ତି କେବଳ ସରକାରୀ ଚାକିରିରେ ସୀମିତ ନୁହେଁ ଏବଂ ସେ ଜୀବିକା ନିର୍ବାହର ନୂତନ ରାସ୍ତାକୁ ପ୍ରୋତ୍ସାହିତ କରିଛନ୍ତି, ଯାହା ସରକାରୀ ଚାକିରି ଅପେକ୍ଷା ଅଧିକ ଲାଭଜନକ ହୋଇପାରେ ବୋଲି ମନ୍ତ୍ରୀ ସିଂ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ସ୍ପେସ୍‌ ସେକ୍ଟର ଘରୋଇ କ୍ଷେତ୍ରକୁ ଖୋଲିବାର ପ୍ରାୟ ଚାରି ବର୍ଷ ମଧ୍ୟରେ ସ୍ପେସ୍‌ ଷ୍ଟାର୍ଟଅପ୍‌ ସଂଖ୍ୟା ଏକ ଅଙ୍କରୁ ତିନି ଅଙ୍କକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ସ୍ପେସ୍‌, ରେଳପଥ, ସଡ଼କ, ଭିତ୍ତିଭୂମି ଏବଂ ଇଲେକ୍ଟ୍ରୋନିକ୍ସ-ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରକୁ ଆଗେଇ ନେଇଛି। ଏପରିକି ଏହା ଭାରତର ଅର୍ଥନୀତିକୁ ୧୧ତମ ସ୍ଥାନରୁ ୫ମ ବୃହତ୍ତମ ଅର୍ଥନୀତିକୁ ସ୍ଥାନିତ କରିଛି ଏବଂ ବର୍ତ୍ତମାନ ଏହା ତୃତୀୟ ସ୍ଥାନକୁ ଆସୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସିଂ କହିଛନ୍ତି ଯେ, ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଭାବେ ଛିଡ଼ା ହୋଇଥିଲା। ହେଲେ ଗତ ଦଶ ବର୍ଷରୁ କମ୍‌ ସମୟ ମଧ୍ୟରେ ଆମେ ୫ମ ସ୍ଥାନକୁ ଉନ୍ନୀତ ହୋଇଛୁ, ଆଶା କରୁଛି ଚଳିତ ବର୍ଷ ଏହା ୪ର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ୟ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧ନମ୍ବର ଅର୍ଥନୀତିରେ ପରିଣତ ହେବ। ସେ ଆହୁରି କହିଛନ୍ତି ୨୦୨୪ରେ ଭାରତ ଏହାର ବୈଜ୍ଞାନିକ ତୀବ୍ରତା ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ସମର୍ଥିତ ଏକ ବୃହତ ଲମ୍ଫ ଦେବାକୁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ, ଭାରତ ବିଶ୍ୱର ଏକ ଅଗ୍ରଣୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ଭାବେ ଉଭା ହୋଇଛି ଏବଂ ସ୍ଥିରତାର ରଣନୀତି କରିବାର ସମୟ ଆସିଛି। ସିଂ କହିଛନ୍ତି, ଅମୃତ ପିଢ଼ିର ସଶକ୍ତୀକରଣ ମାଧ୍ୟମରେ ଯୁବକମାନେ ମୋଦି ସରକାରଙ୍କ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ କହିଛନ୍ତି ,ସାଧାରଣ ନାଗରିକ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଅଗ୍ରଣୀ ଅର୍ଥନୀତି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri