ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦ ଷ୍ଟାର୍ଟଅପ୍‌ ୟୁନିଟ୍‌ ସର୍ବଭାରତୀୟସ୍ତରରେ ଥିଲାବେଳେ ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୩୦୦ଗୁଣ ବଢିଛି ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏପରିକି ସେ କହିଛନ୍ତି ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସଂଖ୍ୟାର ଆଶାତୀତ ଭାବେ ବୃଦ୍ଧି ଘଟିଥିଲା। ବିଶେଷକରି ଗତ ଦଶ ବର୍ଷ ମଧ୍ୟରେ ଘରୋଇ ବଜାରର ଷ୍ଟାର୍ଟଅପ୍‌ ସଂଖ୍ୟା ପ୍ରାୟ ୩୦୦ଗୁଣ ବୃଦ୍ଧି ପାଇଛି। ଏପରିକିି ବିଶ୍ୱସ୍ତରରେ ଭାରତର ସ୍ଥାନ ୩ୟ ଏବଂ ଘରୋଇ ବଜାରରେ ବୃହତ୍ତମ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ରହିଛି। ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ୟୁନିକର୍ଣ୍ଣର ଘର ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ସେହିଭଳିି ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦେଶର ଯୁବକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ କଷ୍ଟଦାୟକ ତଥା ସଚେତନ ଉଦ୍ୟମ କରିଛନ୍ତି ଯେ, ନିଯୁକ୍ତି କେବଳ ସରକାରୀ ଚାକିରିରେ ସୀମିତ ନୁହେଁ ଏବଂ ସେ ଜୀବିକା ନିର୍ବାହର ନୂତନ ରାସ୍ତାକୁ ପ୍ରୋତ୍ସାହିତ କରିଛନ୍ତି, ଯାହା ସରକାରୀ ଚାକିରି ଅପେକ୍ଷା ଅଧିକ ଲାଭଜନକ ହୋଇପାରେ ବୋଲି ମନ୍ତ୍ରୀ ସିଂ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ସ୍ପେସ୍‌ ସେକ୍ଟର ଘରୋଇ କ୍ଷେତ୍ରକୁ ଖୋଲିବାର ପ୍ରାୟ ଚାରି ବର୍ଷ ମଧ୍ୟରେ ସ୍ପେସ୍‌ ଷ୍ଟାର୍ଟଅପ୍‌ ସଂଖ୍ୟା ଏକ ଅଙ୍କରୁ ତିନି ଅଙ୍କକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ସ୍ପେସ୍‌, ରେଳପଥ, ସଡ଼କ, ଭିତ୍ତିଭୂମି ଏବଂ ଇଲେକ୍ଟ୍ରୋନିକ୍ସ-ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରକୁ ଆଗେଇ ନେଇଛି। ଏପରିକି ଏହା ଭାରତର ଅର୍ଥନୀତିକୁ ୧୧ତମ ସ୍ଥାନରୁ ୫ମ ବୃହତ୍ତମ ଅର୍ଥନୀତିକୁ ସ୍ଥାନିତ କରିଛି ଏବଂ ବର୍ତ୍ତମାନ ଏହା ତୃତୀୟ ସ୍ଥାନକୁ ଆସୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସିଂ କହିଛନ୍ତି ଯେ, ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଭାବେ ଛିଡ଼ା ହୋଇଥିଲା। ହେଲେ ଗତ ଦଶ ବର୍ଷରୁ କମ୍‌ ସମୟ ମଧ୍ୟରେ ଆମେ ୫ମ ସ୍ଥାନକୁ ଉନ୍ନୀତ ହୋଇଛୁ, ଆଶା କରୁଛି ଚଳିତ ବର୍ଷ ଏହା ୪ର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ୟ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧ନମ୍ବର ଅର୍ଥନୀତିରେ ପରିଣତ ହେବ। ସେ ଆହୁରି କହିଛନ୍ତି ୨୦୨୪ରେ ଭାରତ ଏହାର ବୈଜ୍ଞାନିକ ତୀବ୍ରତା ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ସମର୍ଥିତ ଏକ ବୃହତ ଲମ୍ଫ ଦେବାକୁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ, ଭାରତ ବିଶ୍ୱର ଏକ ଅଗ୍ରଣୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ଭାବେ ଉଭା ହୋଇଛି ଏବଂ ସ୍ଥିରତାର ରଣନୀତି କରିବାର ସମୟ ଆସିଛି। ସିଂ କହିଛନ୍ତି, ଅମୃତ ପିଢ଼ିର ସଶକ୍ତୀକରଣ ମାଧ୍ୟମରେ ଯୁବକମାନେ ମୋଦି ସରକାରଙ୍କ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ କହିଛନ୍ତି ,ସାଧାରଣ ନାଗରିକ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଅଗ୍ରଣୀ ଅର୍ଥନୀତି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?