ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସାଙ୍ଗକୁ ସବୁ କ୍ଷେତ୍ରର ଯାନ ବିକ୍ରିରେ ଚାହିଦା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ପାର୍ବଣ ଉପହାର ଓ ଆକର୍ଷଣୀୟ ରିହାତି ସୁବିଧା ଖୁଚୁରା ଯାନ ବିକ୍ରିର ପରିମାଣକୁ ପୂର୍ବ ବର୍ଷ ଅପେକ୍ଷା ବଢ଼ାଇ ଦେଇଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ( ଏଫ୍‌ଏଡିଏ ବା ଫାଡା)ର ଓଡ଼ିଶା ଶାଖା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଓଡ଼ିଶା ଅଟୋ ବଜାରର ଯାନ ବିକ୍ରି ୧,୦୮,୧୦୪ ୟୁନିଟ୍‌ ଥିଲାବେଳେ ୨୦୨୩ ଏହି ଅବଧି ମଧ୍ୟରେ ଗାଡି ବିକ୍ରି ୮୭,୨୭୪ ୟୁନିଟ୍‌ ଥିଲା। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଗାଡ଼ି ବିକ୍ରି ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟିଛି ବୋଲି ଫାଡା ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ଦୁଇଚକିଆ ଯାନ ବିକ୍ରିର ଚାହିଦା ଅଧିକ ରହିଛି। ଏପରିକି ୨୦୨୪ ଅକ୍ଟୋବରରେ ୨ ଚକିଆ ଯାନ ୮୯,୧୫୯ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୭୧,୫୯୪ ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୪.୫୩% ବୃଦ୍ଧି ହୋଇଛି। ସେହିପରି ଯାତ୍ରୀବାହୀ (ପାସେଞ୍ଜର ଭେଇକିଲ ବା ପିଭି) ଯାନ ବିକ୍ରିରେ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଏପରିକି ୨୦୨୪ ଅକ୍ଟୋବରରେ ପିଭି ୧୧,୧୭୭ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୮,୭୭୫ ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୨୭.୩୭% ବୃଦ୍ଧି ହୋଇଛି। ଅପରପକ୍ଷରେ ବାଣିଜ୍ୟକ ଯାନ (କମର୍ସିଆଲ ଭେଇକିଲ ବା ସିଭି ) କ୍ରୟରେ ବୃଦ୍ଧି ଘଟିଛି। ଏପରିକି ୨୦୨୪ ଅକ୍ଟୋବରରେ ସିଭି ୩,୯୧୭ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୩,୩୮୫ୟୁନିଟ୍‌ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୫.୭୨% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ବଜାରରେ ୧୬% ରୁ ଅଧିକ ୩ ଚକିଆ ମଡେଲ ବିକ୍ରି ହୋଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ୩ ଚକିଆ ମଡେଲ ୨,୬୬୪ ୟୁନିଟ୍‌ ବିକ୍ରି କରାଯାଇଥିଲାବେଳେ ୨୦୨୩ର ଏହି ଅବଧି ମଧ୍ୟରେ ମୋଟ ୨,୨୯୨ ୟୁନିଟ ବିକ୍ରି ହୋଇଥିଲା। ଗତ ବର୍ଷର ଅକ୍ଟୋବର ଅବଧି ବିକ୍ରି ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟରେ ବିକ୍ରି ପରିମାଣ ୧୬.୨୩% ବୃଦ୍ଧି ହୋଇଛି। ୨୦୨୪ ଅକ୍ଟୋବରରେ ମଧ୍ୟ ଟ୍ରାକ୍ଟର ୧୧୮୭ ୟୁନିଟ୍‌ ବିକ୍ରିହୋଇଥିଲା ବେଳେ ୨୦୨୩ ଅକ୍ଟୋବରରେ ଏହାର ପରିମାଣ ୧୨୨୮ ୟୁନିଟ୍‌ ଥିଲା।
ଏ ସମ୍ପର୍କରେ ଫାଡା ଓଡ଼ିଶାର ରାଜ୍ୟ ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଥିଲେ, ଆମେ ଆମର ଖୁଚୁରା ଗାଡ଼ି ବିକ୍ରିର ଫଳାଫଳ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଚଳିତ ବର୍ଷ ପାର୍ବଣରେ ଓଡ଼ିଶା ଅଟୋ ବଜାର ନୂଆ ମାଇଲଖୁଣ୍ଟ ସହ ୧ ଲକ୍ଷ ଗାଡ଼ି ବିକ୍ରିର ଐତିହାସିକ ସଫଳତା ହାସଲ କରିଛି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବା ଆଶା କରାଯାଉଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri