ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ମୋଦି ଘରକୁ ବିଜୁ ଘର କହି ବିଜେଡି ସରକାର କିପରି ଲୋକଙ୍କୁ ଭୋଟ ପାଇଁ ଠକୁଛନ୍ତି ସେ ନେଇ ମାଝୀ ସମାଲୋଚନା କରିଥିଲେ। ସ୍କିମ ଚୋରି ଅଭିଯୋଗରେ ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି କହିଥିଲେ। ଦୁର୍ନୀତି ବିରୋଧରେ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିରେ ବହୁ ନେତା ଓ କର୍ମୀ ସାମିଲ ଥିଲେ।