ରିଲିଜ୍‌ ହୋଇଛି ସିଡନାଜଙ୍କ ଶେଷ ଗୀତ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି। ପ୍ରସଂଶକ ଏହି ଯୋଡିକୁ ଦେଖିବା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। ନିକଟରେ ସିଦ୍ଧାର୍ଥଙ୍କର ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ବାନ୍ଧବୀ ଶେହନାଜ ମଧ୍ୟ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏହାରି ଭିତରେ ଦୁହିଁଙ୍କ ଗୀତ ‘ହାବିଟ୍‌’ ରିଲିଜ ହୋଇଯାଇଛି। ଏହା ତାଙ୍କର ଶେଷ ଗୀତ। ଏହା ପରେ ଆଉ ଏକାଠି ସେ ଦୁହିଁଙ୍କୁ ଦର୍ଶକ ଦେଖିପାରିବେ ନାହିଁ।
ସିଦ୍ଧାର୍ଥଙ୍କର ଦେହାନ୍ତ ହେବା ପୂର୍ବରୁ ସେ ଏହି ଗୀତକୁ ଶୁଟିଂ କରିଥିଲେ। ଶୁଟିଂର ଅଧାରୁ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଗୀତଟି ହାପି ସଙ୍ଗ୍‌ ଭାବରେ ରିଲିଜ ହେବାର ଥିଲା କିନ୍ତୁ ସିଦ୍ଧାର୍ଥ ଚାଲିଯିବା ପରେ ଏହି ଗୀତକୁ ଇମୋସନାଲ ଗୀତରେ ପରିବର୍ତ୍ତନ କରାଯାଇଛି।

Share