Categories: ଜାତୀୟ

ସିଦ୍ଧୁଙ୍କଠାରୁ ମୁହଁ ଫେରାଇନେଲେ କଂଗ୍ରେସ ନେତା

ଚଣ୍ଡିଗଡ଼,୨୧।୫: ଦୀର୍ଘ ୩୪ବର୍ଷ ତଳର ଏକ ସଡ଼କ ହିଂସା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବାର ଦିନକ ପରେ ଶୁକ୍ରବାର ପଟିଆଲା କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ସମୟରେ ସିଦ୍ଧୁଙ୍କୁ ନୈତିକ ସମର୍ଥନ ଦେବା ପାଇଁ ତାଙ୍କର କେତେକ ସମର୍ଥକ ତଥା ପୂର୍ବତନ ବିଧାୟକ ପଟିଆଲା ସ୍ଥିତ ବାସଭବନକୁ ପହଞ୍ଚିଥିଲେ। ଏହାପରେ କୋର୍ଟକୁ ବି ଯାଇଥିଲେ। ହେଲେ ପଞ୍ଜାବ କଂଗ୍ରେସର କୌଣସି ବରିଷ୍ଠ ନେତା ଶୁକ୍ରବାର ନବଜ୍ୟୋତଙ୍କ ଘରେ କିମ୍ବା ପଟିଆଲା କୋର୍ଟରେ ଦେଖା କରିବାକୁ ପହଞ୍ଚି ନ ଥିଲେ। ଯାହା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଚର୍ଚ୍ଚା ହେଉଛି ଯେ, କାଳେ କଂଗ୍ରେସର ବରିଷ୍ଠ ନେତା ସିଦ୍ଧୁଙ୍କଠାରୁ ମୁହଁ ଫେରାଇନେଇଛନ୍ତି। ଅ୍ୟନପେଟ କେବଳ ପଞ୍ଜାବ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ଓ୍ବେଡିଂ ଓ ବରିଷ୍ଠ ନେତା ପ୍ରତାପ ସିଂହ ବାଜଓ୍ବା ଟୁଇଟ କରି ତାଙ୍କୁ ସମର୍ଥନ ଜଣାଇଥିଲେ। କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସୋମନେ ସିଦ୍ଧୁ ଓ ତାଙ୍କ ପରିବାରଙ୍କ ସହ ଠିଆ ହୋଇଛନ୍ତି ବୋଲି ଟୁଇଟ କରିଛନ୍ତି।

Share