Categories: ଜାତୀୟ

କ୍ୟାପଟେନ ଅମରିନ୍ଦର ସିଂଙ୍କ ଗୋଟିଏ ଗୁଳିରେ ଦୁଇଟି ଶିକାର!

ଚଣ୍ଡିଗଡ଼,୧ ।୭: ଗୋଟିଏ ପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିବା ବେଳେ ଅନ୍ୟପଟେ ସିଦ୍ଧୁଙ୍କୁ ନେଇ ପଞ୍ଜାବ ରାଜନୀତିରେ ଥିବା ଅର୍ନ୍ତକଳହ ଶେଷ ହେବ ବୋଲି ଆଲୋଚନା ହେଉଛି । ଏତିକି ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଲଞ୍ଜ ଡିପ୍ଲୋମାସି ବି ଆସିଛି ଚର୍ଚ୍ଚାକୁ । ଗୁରୁବାର ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ରେ ନିଜ ନେତାମାନଙ୍କୁ ନେଇ ଲଞ୍ଚ କରିବା ସହ ମିଟିଂ ବି କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କି ଅମରିନ୍ଦର ଗୋଟିଏ ଗୁଳିରେ ଦୁଇଟି ଶିକାର ଲକ୍ଷ୍ୟରେ ଅଛନ୍ତି । ଏହି ବୈଠକରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀ ନିଜ ନେତାମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ।ଏହାସହ ଏହି ବାର୍ତ୍ତା ମଧ୍ୟ ଦେଇଛନ୍ତି ସିଦ୍ଧୁଙ୍କୁ ନେଇ ଯେଉଁ ଫର୍ମୁଲା ତିଆରି ହୋଇଛି ଏହାକୁ ପଞ୍ଜାବର ସମସ୍ତ କଂଗ୍ରେସ ନେତାଙ୍କୁ ମାନିବାକୁ ପଡିବ । ସୂଚନାଯୋଗ୍ୟ, ଅମରିନ୍ଦର ଡାକିଥିବା ଲଞ୍ଚ ମିଟିଂରେ ୫ ଏମ୍‌ପି, ୨୦ ବିଧାୟକ, ୮ କ୍ୟାବିନେଟ ମନ୍ତ୍ରୀ, ୩୦ ଜିଲାଧ୍ୟକ୍ଷ ସମେତ ଆଉ କେତେଜଣ ବଡ ବଡ ନେତା ବି ସାମିଲ ହୋଇଥିଲେ ।

Share