Categories: ଜାତୀୟ

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ଗିରଫ

ଆଜମେର,୧୯।୧୦: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ କୁମାରଙ୍କୁ ସ୍ବତନ୍ତ୍ର ସେଲ ଗିରଫ କରିଛି। ସ୍ପେଶାଲ ସେଲର ଟିମ ରାଜସ୍ଥାନର ଆଜମେର ଜିଲାର ଦୀପକଙ୍କୁ ଧରିଛି। ଅତୀତରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ପଞ୍ଜାବ ପୋଲିସର ହେପାଜତରୁ ପଳାଇ ଯାଇଥିଲେ। ସେବେଠାରୁ ତାଙ୍କୁ ଖୋଜା ଚାଲିଥିଲା।
୧୧ ବର୍ଷ ପୂର୍ବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦୀପକ କୁମାର ଅପରାଧ ଜଗତରେ ପ୍ରବେଶ କରିଥିଲେ। ବର୍ଷ ବର୍ଷ ଧରି, ସେ ହରିୟାଣାରେ ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ତତ୍ଲେ। ତାଙ୍କ ବିରୋଧରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରା ଚାଲାଣ ଭଳି ୩୨ଟି ଆର୍ମସ ଆକ୍ଟର ମାମଲା ରହିଛି।

Share