Categories: ଜାତୀୟ

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର କାଲିଫର୍ନିଆରେ ଅଟକ

ନୂଆଦିଲ୍ଲୀ,୨ ।୧୨: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୋଲ୍ଡି ବରାରଙ୍କୁ କାଲିଫର୍ନିଆରେ ଅଟକ ରଖାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ହେଲେ ଏବେ ପର୍ଯ୍ୟନ୍ତ କାଲିଫର୍ନିଆ ପକ୍ଷରୁ ଭାରତ ସରକାରଙ୍କୁ କୌଣସି ଅଫିସିୟାଲ ସୂଚନା ଦିଆଯାଇନାହିଁ ।
ସୂଚନାଯୋଗ୍ୟ, ମେ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କୁ ସର୍ବସାଧାରଣଙ୍କ ସାମ୍ନାରେ ଗୁଳି କରାଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗୋଲ୍ଡି ବରାର ବୋଲି କୁହାଯାଉଛି । ସେ ହିଁ ଲରେନ୍ସ ବିଶ୍ନୋଇଙ୍କ ସହ ମିଶି ମୁସେୱାଲାଙ୍କ ହତ୍ୟାର ସମ୍ପୂର୍ଣ୍ଣ ପ୍ଲାନିଂ କରି ଶୁଟରଙ୍କ ଜରିଆରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ୩୪ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା ।

Share