Categories: ଜାତୀୟ

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଜେଲ ଭିତରେ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ

ଲୁଧିଆନା,୧୦ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ଅଭିଯୁକ୍ତ ସତବୀର ସିଙ୍କ ଉପରେ ଜେଲ ଭିତରେ ଆକ୍ରମଣ ହୋଇଛି । ଲୁଧିଆନା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସତବୀରଙ୍କ ଉପରେ ସନ୍ଦିଗ୍ଧ ଶୁଟରଙ୍କୁ କାରରେ ନେଇ ସତବୀର ବଠିଂଡାରେ ଛାଡିଥିବା ଅଭିଯୋଗରେ ୩୦ ଜୁନରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ସତବୀରଙ୍କୁ ପ୍ରଥମେ ଜେଲ ହସ୍ପିଟାଲରେ ପ୍ର୍ରାଥମିକ ଚିକିତ୍ସା କରାଯାଇ ପରେ ଲୁଧିଆନା ସିଭିଲ ହସ୍ପିଟାଲ ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଟାଇମ୍ସ ଅଫ ଇଣ୍ଡିଆର ସୂଚନା ଅନୁଯାୟୀ, ଲୁଧିଆନ ସେଣ୍ଟ୍ରାଲ ଜେଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟେ ସତନାମ ସିଂ ଭଟ୍ଟି କହିଛନ୍ତି, ସତବୀର ସିଂ ମୁସେୱାଲା ମାମଲାର ଅନ୍ୟଜଣେ ଅଭିଯୁକ୍ତ ବଳଦେବ ଚୌଧୁରୀଙ୍କ ସହ ହାଇ ସିକ୍ୟୁରିଟି ମଧ୍ୟରେ ରହୁଥିଲେ । ଶନିବାର ସନ୍ଧ୍ୟାରେ ସେଲ ନିକଟରେ ଥିବା ସମୟରେ ଅନ୍ୟ ଅଜ୍ଞାତ କଏଦି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ପେଟରେ ଆଘାତ ଲାଗିଥିଲା । ହେଲେ କେଉଁମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ସତବୀର ସେମାନଙ୍କୁ ଚିହ୍ନଟ କରିପାରି ନାହାନ୍ତି ।
ସତବୀରଙ୍କୁ ଅଲଗା ରଖିବାକୁ କୁହାଯାଇଥିବା ବେଳେ ଅନ୍ୟ କଏଦୀଙ୍କ ସହ ରହିବା ଯୋଗୁ ଏଭଳି ଘଟିଥିବା କହିଛନ୍ତି ପୋଲିସ ଉପାୟୁକ୍ତ ବରିନ୍ଦର ସିଂ ବରାଡ । ଏହା ଜେଲ ପ୍ରଶାସନର ବେପରୁଆ ମନୋଭାବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ରେ ମନସାରେ ଗୁଳିକରି ହତ୍ୟା କରାଯାଇଥିଲା ।

Share