Categories: ଜାତୀୟ

ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡ: ପୋଲିସ ଏନ୍‌କାଉଣ୍ଟରରେ ଟଳିପଡିଲେ ୪ ଗ୍ୟାଙ୍ଗଷ୍ଟର

ଅମୃତସର,୨୦।୭: ପଞ୍ଜାବ ଅମୃତସରର ଚିଚା ଭକନା ଗ୍ରାମରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲା ହତ୍ୟା ମାମଲା ସହ ଜଡିତ ୬-୭ ଗ୍ୟାଙ୍ଗଷ୍ଟର ଗାଁରେ ଲୁଚି ରହିଥିବା ପଞ୍ଜୁ ପୋଲିସ ସୂଚନା ପାଇବା ମାତ୍ରେ ସେଠାକାର ଅଞ୍ଚଳକୁ ସିଲ୍‌ କରି ଅପରେସନ ଆରମ୍ଭ କରିଥିଲା। ଗ୍ୟାଙ୍ଗଷ୍ଟରମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଏପର୍ଯ୍ୟନ୍ତ ପୋଲିସ ଗୁଳିରେ ୪ ଗ୍ୟାଙ୍ଗଷ୍ଟର ଟଳିପଡିଛନ୍ତି। ଏଥିସହ ୩ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି।
ଚିଚା ଭକନା ଗାଁ ପାକିସ୍ତାନ ସୀମା ନିକଟ ଅଟାରୀ ନିକଟରେ ଅବସ୍ଥିତ। ସୂଚନା ମିଳିଛି ଯେ, ଗ୍ୟାଙ୍ଗଷ୍ଟରମାନେ ଏକେ-୪୭ ସହିତ ପୋଲିସ ଉପରକୁ ଗୁଳି ଚଳାଉଛନ୍ତି। ଘଟଣାସ୍ଥଳରେ ବହୁ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ଆମ୍ବୁଲାନ୍ସ ଏବଂ ସଶସ୍ତ୍ର ଯାନ ମଧ୍ୟ ସେଠାରେ ରହିଛି।

Share