ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ; ଲୁହ ଭରା ଆଖିରେ ବିଦାୟ ଦେଲେ ମା’-ଶେହନାଜ

ବମ୍ବେ: ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ବ୍ରହ୍ମକୁମାରୀ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଦ୍ଧାର୍ଥଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇର ଓସିବାରା ଶ୍ମଶାନରେ ବନ୍ଧୁ, ପରିଜନ, ପରିବାରଲୋକଙ୍କ ବ୍ୟତିତ ପ୍ରଶଂସକମାନେ ପହଞ୍ଚିଥିଲେ। ମା’ ରୀତା ଶୁକ୍ଳା, ଆସିମ ରିଆଜ, ଅଲି ଗୋନି, ୟୁବିକା ଚୌଧୁରୀ, ପ୍ରିନ୍ସ ନରୁଲା ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।

କହିରଖୁଛୁ, ଗୁରୁବାର ସକାଳେ ସିଦ୍ଧାର୍ଥଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। କୁପର ଡାକ୍ତରଖାନାରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ଶୁକ୍ରବାର ସକାଳେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେଠାରୁ ସୁସଜ୍ଜିତ ଆମ୍ବୁଲାନ୍ସରେ ମୃତଦେହକୁ ସିଧାସଳଖ ଶ୍ମଶାନ ନିଆଯାଇଥିଲେ। ପରେ ପରିବାରଲୋକ ପହଞ୍ଚିବା ପରେ ଶେଷକୃତ୍ୱ ସମ୍ପନ୍ନ ହୋଇଛି।

Share