ଶେହନାଜଙ୍କ ଛଡ଼ା ଏହି ୭ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ସିଦ୍ଧାର୍ଥ; ଅନେକ ଭାଙ୍ଗିଥିଲେ ହୃଦୟ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତା ତଥା ବିଗ୍‌ ବସ୍‌ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ନିଜ ଅଭିନୟ ଜୀବନର ଏପରି ଏକ ସୋପାନରେ ଥିଲେ ଯେଉଁଠି ତାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ବଡ଼ ପ୍ରୋଜେକ୍ଟ ରହିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ସବୁକିଛି ଛାଡ଼ି ସେ ଚିରବିଦାୟ ନେଇଛନ୍ତି। ତାଙ୍କର ମୃତ୍ୟୁ ଖବର ପରିବାରଲୋକଙ୍କ ସହ ପ୍ରଶଂସକଙ୍କୁ ଆଘାତ ଦେଇଛି।

ଏସବୁ ଭିତରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କର କଥିତ ପ୍ରେମିକା ଶେହନାଜ ଗିଲ। ସେ ସିଦ୍ଧାର୍ଥଙ୍କୁ ହରାଇ ବେଶ ଭାଙ୍ଗି ପଡ଼ିଛନ୍ତି।
ସିଦ୍ଧାର୍ଥଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡାଯାଇଛି। ଆସନ୍ତୁ ଜାଣିବାଁ

ଶେହନାଜ ଗିଲ: ସିଦ୍ଧାର୍ଥ ସବୁଠାରୁ ଅଧିକ ଶେହନାଜଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ। ମଡେଲ ତଥା ଅଭିନେତ୍ରୀ ଥିବା ଶେହନାଜ ବିଗ୍‌ବସ୍‌ ଘରେ ଅଭିନେତାଙ୍କ ନିକଟତର ହୋଇଥିଲେ। ଉଭୟଙ୍କ ଯୋଡ଼ିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ। ସେମାନେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ ଏବେ ତାହା ଅଧାରେ ରହିଗଲା ବୋଲି କହିଲେ ଭୁଲ ହେବ ନାହିଁ।

ରଶ୍ମୀ ଦେଶାଇ: ‘ଦିଲ୍‌ ସେ ଦିଲ୍‌ ତକ’ ଶୋ’ରେ କାମ କରୁଥିବା ସମୟରେ ସିଦ୍ଧାର୍ଥଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା। ସେତେବେଳେ ଶୋ’ରେ ନାୟିକା ଥିବା ରଶ୍ମୀଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଥିଲା। ହେଲେ ପରେ କୌଣସି କଥାକୁ ନେଇ ଉଭୟଙ୍କ ସମ୍ପର୍କ ଖରାପ ହୋଇତିଲା।

ଆରତି ସିଂହ: ସିଦ୍ଧାର୍ଥଙ୍କ ନାମ କମେଡିଆନ କୃଷ୍ଣା ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତିଙ୍କ ସହ ଯୋଡ଼ା ଯାଇଛି। ଆରତିଙ୍କୁ ସିଦ୍ଧାର୍ଥଙ୍କୁ ଡେଟ୍‌ କରୁଥିବା ଗୁଜବ ହୋଇଥିଲା।

ପବିତ୍ରା ପୁନିଆ: ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ପବିତ୍ରାଙ୍କ ସହ ସିଦ୍ଧାର୍ଥଙ୍କ ନାମ ଯୋଡ଼ା ଯାଇଛି। ଏବେ ପବିତ୍ରା ଏଜାଜ ଖାନଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଉଭୟ ପରସ୍ପରକୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି।

ଆକାଂକ୍ଷା ପୁରୀ: ଅଭିନେତ୍ରୀ ଆକାଂକ୍ଷାଙ୍କ ସହ ସିଦ୍ଧାର୍ଥଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ଥିଲା। ପରେ ଅଭିନେତ୍ରୀ ପାରସ ଛାବଡାଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ସିଦ୍ଧାର୍ଥ ଦୂରେଇ ଯାଇଥିଲେ।

ଦୃଷ୍ଟି ଧାମୀ: ଟେଲିଭିଜନଜଗତର ସୁନ୍ଦରୀ ଅଭିନେତ୍ରୀ ଦୃଷ୍ଟି ଧାମୀ ସିଦ୍ଧାର୍ଥଙ୍କୁ ଡେଟ୍‌ କରିଛନ୍ତି। ଝଲକ ଦିଖଲା ଜା ସେଟ୍‌ରୁ ଉଭୟ ନିକଟତର ହୋଇଥିଲେ।

ସ୍ମିତା ବଂସଲ:
ଟେଲିଭିଜନର ଲୋକପ୍ରିୟ ଶୋ’ ବାଳିକା ବଧୁରେ ଶାଶୁ ଭୂମିକାରେ ନଜର ଆସିଥିଲା ସ୍ମିତାଙ୍କ ସହ ସିଦ୍ଧାର୍ଥଙ୍କ ନାମ ଯୋଡ଼ା ଯାଇଥିଲା। ହେଲେ ପରେ ଉଭୟ ଏହାକୁ ଖଣ୍ଡନ କରିଥିଲେ।

ଶେଫାଳି ଜରିବାଲା:
କାଣ୍ଟା ଲଗା ଗର୍ଲ ଶେଫାଳିଙ୍କ ସହ ସିଦ୍ଧାର୍ଥଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଛି। ଉଭୟ ପରସ୍ପରକୁ ଡେଟ୍‌ କରିଥିଲେ।

Share