ସଙ୍ଗିତ ପୂର୍ବରୁ ଭାଇରାଲ ହେଲା କିଆରା-ସିଦ୍ଧାର୍ଥଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ କପଲ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନି ୭ ଫେବୃୟାରୀରେ ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଯାହା ଦେଶର ଟପ ୱେଡିଂ ଡେଷ୍ଟିନେଶନ ମଧ୍ୟରୁ ଗୋଟିଏ । ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ଏହି ବିବାହକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି ।
ବିବାହ ପୂର୍ବରୁ ଏବେ ସଙ୍ଗିତ ସେରିମନି । ହେଲେ ଏହି ସଙ୍ଗିତ ସେରିମନି ହେବା ପୂର୍ବରୁ ଉଭୟଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ଏହି ଭିଡିଓରେ ଏକାଠି ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏଥିରେ କିଆରା ଶିମରି ଲେହେଙ୍ଗାରେ ନଜର ଆସୁଥିବା ବେଳେ ସିଦ୍ଧାର୍ଥ ବ୍ଲାକ ଆଉଟ ଫିଟରେ ଅଛନ୍ତି ।
ଏବେ ଶୁଣିବାକୁ ମିଳିଛି କି କିଆରା-ସିଦ୍ଧାର୍ଥ ହନିମୁନରେ ଯିବାର ନାହିଁ । କାରଣ ଉଭୟ ପରିବାର ଏବେ ସେଲିବ୍ରେଶନ ମୁଡରେ ଥିବା ବେଳେ ଉଭୟ ପଞ୍ଜାବୀ ଓ ସିନ୍ଧ ରିତିନୀତି ଶେଷ କରିବେ । ଏହାସହ ସିଦ୍ଧାର୍ଥ ତାଙ୍କ କାମର କମିଟମେଣ୍ଟସ୍ ପୂରଣ କରିବେ ତା’ପରେ ଯାଇ ଏମାନେ ହନିମୁନ ପ୍ଲାନ କରିପାରନ୍ତି ବୋଲି କୁହାଯାଉଛି ।

Share