ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା । ସେ ୨୦୧୨ରେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସହ ବଲିଉଡ ମୁଭି ‘ଷ୍ଟୁଡେଣ୍ଡ ଅଫ ଦ ଇୟର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି । ଯଦିଓ ବଲିଉଡ ଜର୍ଣ୍ଣି ସିଦ୍ଧାର୍ଥଙ୍କ ପାଇଁ ଏତେଟା ସହଜ ନ ଥିଲା ତେବେ ସେ ତାଙ୍କ ଦମଦାର ଅଭିନୟରେ ଦର୍ଶକଙ୍କୁ ପ୍ରଭାବିତ କରିପାରିଥିଲେ । ସେ ୨୦୧୦ରେ କରଣ ଜୋହରଙ୍କ ମୁଭି ‘ମାଇଁ ନେମ ଇଜ ଖାନ’ରେ ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ କାମ କରିଥିଲେ । ସିଦ୍ଧାର୍ଥ ମାଲହୋତ୍ରା ଆଜି ଯଦିଓ ଏକ ବଡ ନାମ ହେଲେ ତାଙ୍କର ଯାତ୍ରା ଏତେ ସହଜ ନଥିଲା । ଫିଲ୍ମ ଦୁନିଆର ଯାତ୍ରାରେ ସେ ଅନେକ ଉତଥାନ ପତନ ଦେଖିଛନ୍ତି ।
ନିକଟରେ ସେ ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ କଥା ହୋଇଥିଲେ । ଏମିତି ସମୟକୁ ସେ ସାମ୍ନା କରିଥିଲେ ଯେତେବେଳେ ସେ ବଲିଉଡ ଛାଡିବାକୁ ଚାହିଁଥିଲେ । ହେଲେ ଭଲ ଭବିଷ୍ୟତ ପାଇଁ ସେ ଆଗକୁ ବଢିଲେ । ତେବେ ଘରକୁ ଫେରିଲେ ତାଙ୍କ ଦ୍ୱାରା ଆଉ କିଛି ହୋଇ ପାରିବ ନାହିଁ ଭାବି ସେ ଟ୍ରାକକୁ ଫେରିଥିଲେ । ‘ଇତ୍ତେଫାକ’ର ଅଭିନେତା କହିଛନ୍ତି ତାଙ୍କ ମାତା-ପିତା ଚିନ୍ତିତ ଥିଲେ କି ତାଙ୍କ ଦ୍ୱାରା କିଛି ହେବନାହିଁ, ସେ ବେରୋଜଗାର ରହିଯିବେ । କାରଣ ତାଙ୍କ ପାଖରେ କିଛି ବ୍ୟାକଅପ୍ ନାହିଁ ।
ସିଦ୍ଧାର୍ଥ ଜଣେ ମଡେଲ ଭାବେ ମାତ୍ର ୧୮ ବର୍ଷ ବୟସରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ କିଛି ଫଟୋ ଶୁଟ ଓ ଫ୍ୟାଶନ ଶୋ’ ପଇଁ ପୋଜ ଦେଇଥିଲେ । ହେଲେ ୪ ବର୍ଷ ପରେ ସେ ଏହାକୁ ବି ଛାଡିବାକୁ ଚାହୁଁଥିଲେ । କାରଣ ଏଥିରେ ମିଳୁଥିବା ପାରିଶ୍ରମିକରେ ସେ ସନ୍ତୁଷ୍ଟ ନ ଥିଲେ । ଏହାପରେ ସିଦ୍ଧାର୍ଥ ଟେଲିଭିଜନ ଧାରାବାହିକରେ ଅଭିନୟ ଆରମ୍ଭ କରିଦେଇଥିଲେ । ହେଲେ ଏଥିରେ ସେ ଦର୍ଶକଙ୍କର ନିକଟତର ହୋଇପାରି ନ ଥିଲେ ।
ସିଦ୍ଧାର୍ଥ ବ୍ରଦର୍ସରେ କାମ କରିବା ପାଇଁ ନିଜ ଶରୀରର ଓଜନ ୭-୮ କିଲୋ ବଢାଇଥିଲେ । ହେଲେ ଏହାପରେ ସେ ତାଙ୍କ ଓଜନକୁ ତୁରନ୍ତ କମାଇ ଦେଇଥିଲେ । ଏହାକୁ ଦେଖି ତାଙ୍କ ମାଆ ଚିନ୍ତାରେ ପଡିଯାଇଥିଲେ । କାରଣ ଏମିତି ଓଜନ ବଢାଇବା ଓ କମାଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri